ନାବାଳିକାଙ୍କୁ ଅପହରଣ କରି ବିକ୍ରି ଉଦ୍ୟମ : ବିରୋଧ କରିବାରୁ ଭାଇକୁ ମରଣାନ୍ତ୍ରକ ଆକ୍ରମଣ, ମାରଣାସ୍ତ୍ର ଜବତ ସହ ୩ ଗିରଫ

Published By : Prameya-News7 Bureau | September 07, 2020 IST

ଗଞ୍ଜାମ ୦୭।୦୯: ନାବାଳିକାଙ୍କୁ ଅପହରଣ କରି ବିକ୍ରି ଉଦ୍ୟମ । ପ୍ରଥମେ ୩୦ ହଜାର ଟଙ୍କାରେ ବିକ୍ରି କରିଦେବା ପାଇଁ ଭାଇକୁ ପ୍ରବର୍ତ୍ତାଇବା ସହ ଧମକ ଦେଇଥିଲେ । ହେଲେ ସେମାନେ ନମାନିବାରୁ ଗାଁକୁ ଆସି ବଳପୂର୍ବକ ନାବାଳିକାଙ୍କୁ ଅପହରଣ କରିବାକୁ ଉଦ୍ୟମ କରିଥିଲେ । ବିରୋଧ କରିବାକୁ ଭାଇଙ୍କୁ ହତ୍ୟା ଉଦ୍ୟମ ମଧ୍ୟ କରିଥିଲେ ।

{"id":326220,"sizeSlug":"large"}

ଆସିକା ଥାନା ଚଷାପିତଳ ଗ୍ରାମରୁ ରବିବାର ଏଭଳି ଅଭିଯୋଗ ଆସିଥିବା ବେଳେ ପୁଲିସ ଏହି ମାମଲାରେ ୩ ଜଣଙ୍କୁ ଗିରଫ କରିଛି । ସେମାନେ ଚଷାପିତଳ ଗ୍ରାମର ଚିତ୍ରସେନ ତରାଇ (୪୦), ପଞ୍ଚାନନ ଗୌଡ (୫୮) ଏବଂ ହିଞ୍ଜିଳିକାଟୁ ଥାନା ରାମଚନ୍ଦ୍ରପୁର ଗ୍ରାମର ଲମ୍ବୋଦର ସ୍ୱାଇଁ (୩୬) ବୋଲି ଆସିକା ଥାନା ଆଇଆଇସି ପ୍ରଶାନ୍ତ କୁମାର ସାହୁ କହିଛନ୍ତି । ପୁଲିସ ସେମାନଙ୍କ ଠାରୁ ୨ଟି ଖଣ୍ଡା ସହ ଏକ ବାଇକ୍‌ (ଓଡି୧୯ଡି-୫୫୩୪) ଜବତ କରିଛି । ଆସିକା ଥାନାରେ ଏ ନେଇ କେସ୍‌ ନମ୍ବର ୪୪୬/୨୦୨୦ ରୁଜୁ ହୋଇଛି ।

{"id":326221,"sizeSlug":"large"}

ଆଇଆଇସିଙ୍କ ସୂଚନା ମୁତାବକ ଆସିକା ଥାନା ଚଷାପିତଳ ଗ୍ରାମର ସ୍ୱରାଜ୍ୟ ଗୌଡ (୨୩) ଥାନାରେ ଆସି ଲିଖିତ ଅଭିଯୋଗ କରିଥିଲେ ଯେ- ଉପରୋକ୍ତ ତିନି ଅଭିଯୁକ୍ତଙ୍କ ସମେତ ତାଙ୍କର ଜଣେ ୧୨ ବର୍ଷୀୟା ନାବାଳିକା ଭଉଣୀଙ୍କୁ ବିକ୍ରି କରିଦେବାକୁ ପ୍ରବର୍ତ୍ତାଉଥିଲେ । ତାଙ୍କ ମାଆଙ୍କ ବିୟୋଗ ହୋଇ ସାରିଥିବା ବେଳେ ୨ ଭଉଣୀଙ୍କ ବିବାହ ସରିଛି । ସେ ବାପା ଓ ଅନ୍ୟ ୩ ଭଉଣୀଙ୍କ ସହ ରହୁଛନ୍ତି । ତେବେ ତାଙ୍କ ନାବାଳିକା ଭଉଣୀ ପାଠପଢା ଛାଡି ଘରେ ରହୁଛନ୍ତି । ଚିତ୍ରସେନ, ପଞ୍ଚୁ, ସାଧୁ ଓ ସେମାନଙ୍କ ୫ ସହଯୋଗୀ ଭଉଣୀକୁ ୩୦ ହଜାର ଟଙ୍କାରେ ସେମାନଙ୍କୁ ବିକ୍ରି କରିଦେବାକୁ ବାରମ୍ବାର ପ୍ରବର୍ତ୍ତାଉଥିଲେ । ମନା କରିବା ପରେ ଭାଇକୁ ଧମକଚମକ ମଧ୍ୟ ଦେଉଥିଲେ ।

{"id":326222,"sizeSlug":"large"}

ଏପରିକି ତାଙ୍କ ଭଉଣୀଙ୍କୁ ଅସଦାଚରଣ ମଧ୍ୟ କରି ଆସୁଥିଲେ ଅଭିଯୁକ୍ତ । ଶନିବାର ଅଭିଯୁକ୍ତମାନେ ବାଇକ୍‌ରେ ଖଣ୍ଡା ଓ କାତି ଧରି ଗାଁକୁ ଆସି ସ୍ୱରାଜ୍ୟଙ୍କ ଭଉଣୀକୁ ବଳପୂର୍ବକ ଅପହରଣ ଉଦ୍ୟମ କରିଥିଲେ । ବିରୋଧ କରିବାକୁ ଭାଇକୁ ମରଣାନ୍ତକ ଆକ୍ରମଣ ମଧ୍ୟ କରିଥିଲେ । ତେବେ ଗାଁ ଲୋକ ଏକାଠି ହୋଇଯିବାରୁ ସେମାନେ ବୋମା ଫିଙ୍ଗି ଗାଁ ଲୋକଙ୍କୁ ଭୟଭୀତ କରି ଘଟଣାସ୍ଥଳକୁ ଚମ୍ପଟ ମାରିଥିଲେ । ଏ ନେଇ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.