ଦୁର୍ନୀତିଖୋରଙ୍କୁ ନାହିଁ ନିସ୍ତାର, ଗିରଫ ହେଲେ ୩ ପ୍ରଥମ ଶ୍ରେଣୀ ଅଧିକାରୀ

Published By : Prameya-News7 Bureau | October 10, 2021 IST

ଭୁବନେଶ୍ୱର ୧୦।୧୦: ୩ ଜଣ ପ୍ରଥମ ଶ୍ରେଣୀ ଅଧିକାରୀ ଗିରଫ । ଜଣେ ଅଧୀକ୍ଷଣ ଯନ୍ତ୍ରୀ ଏବଂ ୨ ଜଣ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଆଞ୍ଚଳିକ ଅଫିସର । ଏମାନଙ୍କ ନିକଟରୁ ୨୨ ଲକ୍ଷରୁ ଅଧିକ ଟଙ୍କା ଜବତ ହୋଇଛି । ୩ ଜଣଙ୍କୁ ଗିରଫ କରାଯିବା ନେଇ ସୂଚନା ଦେଇଛନ୍ତି କଟକ ଭିଜିଲାନ୍ସ ଏସ୍ ପି ।

ତେବେ ଚଢ଼ାଉ ବେଳେ ୩ ଜଣଙ୍କଠାରୁ ୨୨ ଲକ୍ଷ ୬୧ ହଜାର ୪୩୦ ଟଙ୍କା ଜବତ ହୋଇଛି । ଗିରଫ ୩ ଜଣଙ୍କ ମଧ୍ୟରେ ଅଛନ୍ତି ବୈତରଣୀ ଜଳସେଚନ ଡିଭିଜନର ଅଧିକ୍ଷଣ ଯନ୍ତ୍ରୀ ବିଧାନଚନ୍ଦ୍ର ସାହୁ । ଯାଜପୁର ଏନ.ସି କଲେଜ ନିକଟରେ ପିଛା କରି ବିଧାନଙ୍କୁ କାବୁ କରିଥିଲା ଭିଜିଲାନ୍ସ । ଯାଞ୍ଚ ବେଳେ କାରରୁ ୧୦ ଲକ୍ଷ ୭ ହଜାର ଟଙ୍କା ଜବତ କରିଥିଲା । ଏହାସହ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସାଲପଡ଼ା, କେନ୍ଦୁଝର ଓ କଟକରେ ରେଡ୍ କରି ୬୪ ହଜାର ଟଙ୍କା ଜବତ କରାଯାଇଛି । ବାଲେଶ୍ୱର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅଧିକାରୀ ନରୋତ୍ତମ ବେହେରାଙ୍କୁ ବି ଗିରଫ କରାଯାଇଛି। ଭୁବନେଶ୍ୱରସ୍ଥିତ ଭଡ଼ା ଘରେ ରେଡ୍ କରି ୯ ଲକ୍ଷ ୨୫ ହଜାର ଟଙ୍କା ଜବତ କରିଛି ଭିଜିଲାନ୍ସ । ଗତକାଲି ଭଡ଼ା କାରରେ ଟଙ୍କା ଧରି ଭୁବନେଶ୍ୱର ଆସୁଥିବା ବେଳେ କାରରୁ ୮୯ ହଜାର ଟଙ୍କା ଜବତ କରିଥିଲା ଭିଜିଲାନ୍ସ ।

ସେହିପରି ଅନ୍ୟ ଜଣେ ଅଧିକାରୀ ହେଲେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ପାନପୋଶ ଆଞ୍ଚଳିକ ଅଧିକାରୀ ପ୍ରକାଶ ମହାପାତ୍ରଙ୍କ ଉପରେ ଗତ କିଛି ଦିନ ଧରି ନଜର ରଖିଥିଲା ।  ରାଉରକେଲାରୁ ଭୁବନେଶ୍ବର ତାଙ୍କ ଘକୁ ଫେରୁଥିବା ବେଳେ ସୁନ୍ଦରପଡାଠାରେ ତାଙ୍କୁ ମାଡି ବସିଥିଲା ଭିଜିଲାନସ୍ ଟିମ୍ । ପାଖରୁ ମିଳିଥିଲା ୧ଲକ୍ଷ ୭୫ ହଜାର ୮୧୦ଟଙ୍କା । ୩ ଅଧିକାରୀ ଯାଞ୍ଚ ବେଳେ ସନ୍ତୋଷ ଜନକ ଉତ୍ତର ଦେଇପାରିନଥିଲେ । ପରବର୍ତ୍ତୀ ସମୟରେ ୩ ଅଧିକାରୀଙ୍କ ଘରେ ରେଡ୍ କରିଥିଲା ଭିଜିଲାନ୍ସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.