ବ୍ରାହ୍ମଣୀ ନଦୀ ବନ୍ଧରେ ୩ଟି ଘାଇ, ୩ ଶହରୁ ଉର୍ଦ୍ଧ୍ବ ପରିବାର ପ୍ରଭାବିତ

Published By : Prameya-News7 Bureau | September 15, 2021 IST

ଯାଜପୁର ୧୫।୯: ଭାଙ୍ଗିଲା ବ୍ରାହ୍ମଣୀ ନଦୀବନ୍ଧ । ଯାଜପୁର ଜିଲ୍ଲା ବରୀ ବ୍ଲକ୍ ସାହୁପଡା ପଞ୍ଚାୟତ ମାଟିଆ ପଡା ନିକଟରେ ବ୍ରାହ୍ମଣୀ ନଦୀ ବନ୍ଧରେ ସୃଷ୍ଟି ହୋଇଛି ୩ଟି ଘାଇ । ଏହା ଫଳରେ ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇଛି । ଏହି ଘାଇ ସୃଷ୍ଟି ହେବା ଯୋଗୁଁ ୩ ଶହରୁ ଉର୍ଦ୍ଧ୍ବ ପରିବାର ପ୍ରଭାବିତ ହୋଇଛନ୍ତି ।

{"id":511739,"width":753,"height":414,"sizeSlug":"full","linkDestination":"none"}

ମଙ୍ଗଳବାର ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍ ବନ୍ଧଢିହ ପଞ୍ଚାୟତ କଣ୍ଡିଆ ନିକଟରେ ବ୍ରାହ୍ମଣୀ ନଦୀ ବନ୍ଧ ଭାଙ୍ଗିଥିଲା । ଫଳରେ ୫୦ ପରିବାର ପ୍ରଭାବିତ ହୋଇଥିଲେ । ବଣିଆ ସାହିର ସମସ୍ତ ପରିବାର ପାଣି ଘେରରେ ରହିଥିଲେ ।

{"id":511740,"width":755,"height":415,"sizeSlug":"full","linkDestination":"none"}

ସେପଟେ ସାମ୍ଭାବ୍ୟ ବନ୍ୟା ମୁକାବିଲା ଲାଗି ଜିଲ୍ଲା ପ୍ରଶାସନ ପ୍ରସ୍ତୁତ । ଜିଲ୍ଲାରେ  ବର୍ଷା କାରଣରୁ ୧୧୯ଟି ପଞ୍ଚାୟତର ୫୦୦ ଗ୍ରାମ ପ୍ରଭାବିତ ହୋଇଛି । ଜିଲ୍ଲାରେ ୭ଟି ମାଟି ଘର ଭୁଶୁଡିଥିବା ବେଳେ ବରୀ ବ୍ଲକ୍ ବୋଦୁଅ ଓ ଭଅଁରା ରାସ୍ତାରେ ୨ ଫୁଟର ପାଣି ଚାଲୁଥିଲା ।  ବନ୍ୟା ଆଶଙ୍କାକୁ ଦୃଷ୍ଟିରେ ରଖି ତଳିଆ ଅଞ୍ଚଳ ଲୋକଙ୍କୁ ସ୍ଥାନାନ୍ତରିତ କରିବା ସହ ଶୁଖିଲା ଖାଦ୍ୟ ମହଜୁଦ ରଖାଯାଇଥିବା ଅତିରିକ୍ତ ଜିଲ୍ଲପାଳ ସୂଚନା ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.