Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୩୯ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୧୮ କରୋନା ସଂକ୍ରମିତ, ୩୧୮୭୨୫ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଆଜି ପ୍ରଧାନମନ୍ତ୍ରୀଙ୍କ ‘ଟିକା’ ସମୀକ୍ଷା, ଭ୍ୟାକସିନ୍ ବିକାଶରେ ଲାଗିଥିବା ୩ କମ୍ପାନୀ ସହ ଆଲୋଚନା
  • ||
  • ଆସନ୍ତାକାଲିଠୁ ପ୍ରସିଦ୍ଧ କୋଣାର୍କ ମହୋତ୍ସବ: କୋଭିଡ଼ କଟକଣା ମଧ୍ୟରେ ପାଳିତ ହେବ ଉତ୍ସବ
  • ||
  • ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା : ଡଙ୍ଗା ଭସା ଉପରେ ରୋକ , କୋଭିଡ କଟକଣା ଯୋଗୁଁ ଉତ୍ସବ ଫିକା
  • ||
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||

ବିଜେଡିରେ ତିନି ନେତାଙ୍କୁ ନୂଆ ଦାୟିତ୍ବ

5/04/2019 at 12:16 PM

ଭୁବନେଶ୍ବର ୫|୪ : ବିଜୁ ଜନତା ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରିୟଦର୍ଶୀ ମିଶ୍ର, ଜନ୍ମେଜୟ ଲେଙ୍କା ଏବଂ ମୀନକେତନ ଅମାନ୍ତଙ୍କୁ ଦଳର ରାଜ୍ୟ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ କରିଛନ୍ତି । ବିଜୟ ନାୟକ ଓ ଜିତୁ ପଟ୍ଟନାୟକଙ୍କୁ ବରଗଡ ଜିଲ୍ଲା ବିଜେପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ସହ-ପର୍ଯ୍ୟବେକ୍ଷକ ଭାବେ ମଧ୍ୟ ନିଯୁକ୍ତି ମିଳିଥିବା କଥା ଦଳ ତରଫରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ ଯେ, ବିଧାୟକ ପ୍ରିୟଦର୍ଶୀ ମିଶ୍ରଙ୍କୁ ବିଜେଡି ଟିକେଟ୍ ଦେଇନାହିଁ । ଭୁବନେଶ୍ବର ଉତ୍ତରରୁ ସେ ଏଥର ମଧ୍ୟ ଆଶାୟୀ ଥିଲେ । ସେହିଭଳି ଯାଜପୁର ଜିଲ୍ଲାର ବରୀ ନିର୍ବାଚନମଣ୍ଡଳୀରୁ ବିଜୟ ନାୟକ ଟିକେଟ୍ ପାଇଁ ଆଶାୟୀ ଥିଲେ । ଭୁବନେଶ୍ବର ମଧ୍ୟ ପାଇଁ ନୂଆ ମୁହଁ ଭାବେ ସୁକାନ୍ତ ରାଉତଙ୍କୁ ପ୍ରାର୍ଥୀ କରାଯାଇଥିବାବେଳେ ବରୀରେ ସୁନନ୍ଦା ଦାସଙ୍କୁ ପ୍ରାର୍ଥୀ କରାଯାଇଛି । ବରୀରୁ ବିଧାୟକ ଦେବାଶିଷ ନାୟକ ମଧ୍ୟ ଆଶାୟୀ ଥିଲେ । ଦେବାଶିଷ ଓ ବିଜୟଙ୍କ ଭିତରେ ଟଣାଓଟରା ମଧ୍ୟରେ ସୁନନ୍ଦା ବାଜି ମାରିନେଇଛନ୍ତି । ଟିକେଟ୍ ନପାଇଥିବାରୁ ଅସନ୍ତୋଷ ଥିବା ଏହି ନେତାମାନଙ୍କୁ ମ୍ୟାନେଜ କରିବା ପାଇଁ ଦଳ ନୂଆ ଦାୟିତ୍ବ ଦେଇଥିବା ଆଲୋଚନା ହେଉଛି । ସେହିଭଳି ବିଜେଡିରେ ଯୋଗଦେଇଥିବା ଅନୁଗୁଳର ମୀନକେତନ ଅମାନ୍ତ ଏବଂ ଜନ୍ମେଜୟ ଲେଙ୍କାଙ୍କୁ ଖୁସି କରିବା ପାଇଁ ଗୁରୁ ଦାୟିତ୍ବ ଦିଆଯାଇଛି ।

   Related Posts