Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ରେଲଓ୍ବେ ଟ୍ରାକରେ ସେଲଫି ହେଲା କାଳ : ଟ୍ରେନରେ କଟିଗଲେ ୩ଜଣ ବନ୍ଧୁ

30/04/2019 at 12:55 PM

ପାନିପତ ୩୦/୪: ରେଲଓ୍ବେ ଟ୍ରାକରେ ମୋବାଇଲ ଫୋନରେ ସେଲଫି ନେଉଥିବାବେଳେ ୩ଜଣ ବନ୍ଧୁ ଟ୍ରେନରେ କଟିଯାଇଛନ୍ତି। ୩ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ୩ଜଣ ବନ୍ଧୁଙ୍କ ଶବ ସିଭିଲ୍ ହସ୍ପିଟାଲର ପୋଷ୍ଟମର୍ଟମ ହାଉସରେ ରଖାଯାଇଛି। ଜିଆରପି ଏସଏଚଓଙ୍କ କହିବାନୁସାରେ ପାନିପତର ରାକେଶ ନଗର ବାସିନ୍ଦା ଚମନଙ୍କ ୧୫ବର୍ଷର ପୁଅ ଭୂପେନ୍ଦ୍ର,ଶନିଙ୍କ ୧୮ବର୍ଷର ପୁଅ ସୁରେଶ ଏବଂ ୟୁପିର ବୁଲନ୍ଦସହର ବାସିନ୍ଦା କୃଷ୍ଣଙ୍କ ୧୮ବର୍ଷର ପୁଅ ଦୟାରାମ ସୋମବାର ସନ୍ଧ୍ୟା ପାଖାପାଖି ୬ଟାରେ ଘରୁ ବାହାରିଥିଲେ।

ସନ୍ଧ୍ୟା ପ୍ରାୟ ୬:୩୦ରେ ୩ଜଣ ଟିଡିଆଇ ପୋଲ ପାଖରେ ରେଲଓ୍ବେ ଟ୍ରାକରେ ସେଲଫି ନେଉଥିଲେ। ଠିକ୍ ସେତିକିବେଳେ ହଠାତ୍ ସୁପର ଫାଷ୍ଟ ଟ୍ରେନ୍ ଆସିଯାଇଥିଲା। ୩ଜଣ ଅନ୍ୟ ଟ୍ରାକ୍ ଆଡ଼କୁ ଧାଇଁଥିଲେ। ଅନ୍ୟ ଟ୍ରାକରେ ମଧ୍ୟ ୩୦୩ନମ୍ବର ପ୍ୟାସେଞ୍ଜର ଟ୍ରେନ୍ ଆସିଯାଇଥିଲା। ୩ଜଣ ବନ୍ଧୁଙ୍କ ଉପରେ ଟ୍ରେନ୍ ମାଡ଼ିଯାଇଥିଲା। ଡ୍ରାଇଭର ସୂଚନା ଦେବାରୁ ଜିଆରପି ଘଟଣାସ୍ଥଳକୁ ପହଞ୍ଚିଥିଲା। ମୃତକଙ୍କ ମୋବାଇଲ୍ ଯୋଗେଁ ପରିବାର ଲୋକଙ୍କୁ ସୂଚନା ଦିଆଯାଇଥିଲା।     

   Related Posts