୩ ନକଲି ମାଓବାଦୀ ଗିରଫ, ମାଓବାଦୀ ନାଁରେ ଆଦାୟ କରୁଥିଲେ ଟଙ୍କା

Published By : Prameya-News7 Bureau | October 22, 2019 IST

ନାରାୟଣପାଟଣା ୨୨।୧୦: ଆଜି ନାରାୟଣପାଟଣା ପୋଲିସ ତିନି ଜଣ ନକଲି ମାଓବାଦୀଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ୭ଟି ଫୋନ୍ ଜବତ କରିଛି ପୋଲିସ । ଏହି ତିନି ମାଓବାଦୀ ନାରାୟଣପାଟଣା ଅଂଚଳର ବୋଲି ଜଣାପଡିଛି । ସେମାନେ ହେଲେ ବାସୁଦେବ ପାଙ୍ଗୀ, ଯୁନେଶ ଖୋସଲା ଓ ସୁରା ତାଡିଙ୍ଗି ।

ଦୀପକ ବୁଧବାଲାଙ୍କୁ ଗତ କିଛିଦିନ ହେବ ରାସ୍ତା କାମ କରୁଥିବା ଜୟପୁରର ଠିକାଦାର ଙ୍କୁ ମାଓବାଦୀ ନାଁରେ ୨୫ ଲକ୍ଷ ଟଙ୍କା ଦାବି କରିଆସୁଥିଲେ । ବାରମ୍ବାର ସିମ୍ ବଦଳାଇ ଫୋନ୍ କରି ଧମକ ଦେଉଥିବାରୁ ଠିକାଦାର ଜଣକ ପୋଲିସର ସହାୟତା ଲୋଡିଥିଲେ ।

ପରେ ପୋଲିସ ଫୋନ୍ ଟ୍ୟାପ୍ କରି ଗତକାଲି ତାଙ୍କୁ ଧରି ପଚରାଉଚରା କରିବାରୁ ପୋଲିସ ନିକଟରେ ମାଓବାଦୀ ନାଁରେ ଟଙ୍କା ମାଗୁଥିବା ସ୍ବୀକାର କରିଥିଲେ । ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ନାରାୟଣପାଟଣା ଥାନା ଅଧିକାରୀ ପ୍ରଦ୍ୟୁମ୍ନ କୁମାର ମହାପାତ୍ର ସୂଚନା ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.