ସାମ୍ବାଦିକର ପରିଚୟ ଦେଇ ଲୁଟୁଥିଲେ ଟଙ୍କା, ୩ ଜଣଙ୍କୁ ବାନ୍ଧିଲା ପୋଲିସ

Published By : Prameya-News7 Bureau | May 28, 2021 IST

ବରଗଡ ୨୮।୫: ଗିରଫ ହେଲେ ନକଲି ସାମ୍ବାଦିକ । ନିଜକୁ ସାମ୍ବାଦିକର ପରିଚୟ ଦେଇ ଲୁଟୁଥିଲେ ଟଙ୍କା । ଏମାନଙ୍କୁ ଗିରଫ କରିଛି ବରଗଡ ପୋଲିସ ।

{"id":458143,"sizeSlug":"large","linkDestination":"none"}

ସୂଚନାଯୋଗ୍ୟ ଯେ, ନିଜକୁ ସାମ୍ବାଦିକର ପରିଚୟ ଦେଇ ଏକ ବୋଲେରୋ ଗାଡରେ News 24 ଲେଖି ବିଭିନ୍ନ ପଞ୍ଚାୟତକୁ ଯାଇ ଯୋଗାଣ ସହାୟକଙ୍କଠାରୁ ଆଦାୟ କରିଛନ୍ତି ଟଙ୍କା । ଖବର ପାଇ ଅମ୍ବାଭୋନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଗିରଫ କରିଛି । ତେବେ କପାସିରା ସରପଞ୍ଚ ବିଷ୍ଣୁ ପ୍ରଧାନଙ୍କ ଲିଖିତ ଅଭିଯୋଗ ପରେ ପୋଲିସ ଏକ ୪୨୦ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତମାନେ ହେଲେ ଆଶିଷ କୁମାର ଭୁଏ, ବିସ୍ବପତି ସାହୁ, ଭାଗିରଥୀ ଭୋଇଙ୍କୁ ଗିରଫ କରିଥିବା ବେଳେ ମଙ୍ଗଲୁ ସାହୁ ଫେରାର ହୋଇଯାଇଛନ୍ତି । ୩ ଅଭିଯୁକ୍ତ ଗିରଫ ପରେ କୋର୍ଟ ଚାଲାଣ କରିଛି ପୋଲିସ ।

{"id":458144,"sizeSlug":"large","linkDestination":"none"}

ଅଭିଯୁକ୍ତମାନେ ଗୁଗୁଲ ପେ ମାଧ୍ୟମରେ ଟଙ୍କା ନେଉଥିଲେ । ଯୋଗାଣ ସହାୟକ ଦେବେନ୍ଦ୍ର ବେହେରାଙ୍କ ଠାରୁ ୧୦,୦୦୦, ଅଶୋକ ପଟେଲଙ୍କଠାରୁ ୬,୦୦୦, ତାରା ସାହୁଙ୍କ ଠାରୁ ୨,୦୦୦ ଟଙ୍କା କରି ମୋଟ୍ ୧୮ହଜାର ଟଙ୍କା ବାସନ୍ତୀ ସାହୁ ନାମକ ଜଣେ ମହିଳାଙ୍କ ଆକାଉଣ୍ଟକୁ ଟ୍ରାଞ୍ଜାକ୍ସନ ହୋଇଥିବା ଅଭିଯୁକ୍ତମାନେ ସ୍ବୀକାର କରିଛନ୍ତି । ସେମାନଙ୍କଠାରୁ ବ୍ୟବହୃତ ଗୋଟିଏ ବୋଲୋରୋ ଗାଡି, News24 ବୁମ୍, ୨ଟି ଆଇକାର୍ଡ, ୫ଟି ମୋବାଇଲ, ଗୋଟିଏ ଲାପଟପ୍ ଜବତ କରିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.