Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

କଂଗ୍ରେସ ଟିକେଟ ବିକ୍ରି ହେଉଛି ବୋଲି ଅଭିଯୋଗ କରି ଦଳ ଛାଡିଲେ ୩ ପୂର୍ବତନ ବିଧାୟକ, ସଭାପତି କହିଲେ ‘ପ୍ରମାଣ ହେଲେ ରାଜନୀତି ଛାଡିବି’

27/03/2019 at 8:19 PM

ଟିକଟ ବଣ୍ଟା ପରେ କଂଗ୍ରେସରେ ଉଗ୍ର ହେଉଛି ଅସନ୍ତୋଷ । ଆଜି ପୁଣି କଳାହାଣ୍ଡିର ତିନି ତିନି ଜଣ ପୂର୍ବତନ ବିଧାୟକ ଦଳକୁ ବାଏ ବାଏ କରିଛନ୍ତି । ସେପଟେ ପ୍ରାର୍ଥୀ ବଦଳାଇବାକୁ ଦାବି କରି ପିସିସି ସଭାପତିଙ୍କ ଘରେ ପହଞ୍ଚିଥିଲେ ରେଙ୍ଗାଲି ନିର୍ବାଚନ ମଣ୍ଡଳୀର କଂଗ୍ରେସ କର୍ମୀ । ଆଉ ଏପଟେ ସ୍ବାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ ପରେ ଦଳରୁ ଇସ୍ତଫା ଦେଇଛନ୍ତି ଜି.ଉଦୟଗିରି ବିଧାୟକ ଜ୍ୟାକବ ପ୍ରଧାନ । ତେବେ ଅସନ୍ତୁଷ୍ଟ ନେତାଙ୍କ ଟିକେଟ୍‌ ବିକ୍ରି ଅଭିଯୋଗର ଜବାବ୍‌ ଦେଇ ଏହାକୁ ଭିତ୍ତିହୀନ ବୋଲି କହିଛନ୍ତି ରାଜ୍ୟ କଂଗ୍ରେସ ମୁଖିଆ ।

ଦଳୀୟ ଟିକେଟ୍‌ ବଣ୍ଟାକୁ ନେଇ ସାଂଘାତିକ ଅଭିଯୋଗ କରିବା ସହ କଂଗ୍ରେସ ଛାଡ଼ିଛନ୍ତି ଦଳର ତିନି ତିନି ଜଣ ପୂର୍ବତନ ବିଧାୟକ । କଳାହାଣ୍ଡିର ଶତାଧିକ କର୍ମୀଙ୍କ ସହ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ଜୁନାଗଡ଼ର ପୂର୍ବତନ ବିଧାୟକ ଗୋବର୍ଦ୍ଧନ ଦାସ, ପୂର୍ବତନ ବିଧାୟକ କୁମରମଣି ଶବର ଏବଂ ଯୁଗରାମ ବେହେରା । ଦଳରେ ଜିତିବା ସମ୍ଭାବନାକୁ ଦେଖି ନୁହେଁ ବରଂ ଟଙ୍କା ନେଇ ଟିକଟ ବିକ୍ରୀ କରାଯାଇଛି ବୋଲି ସାଂଘାତିକ ଅଭିଯୋଗ କରିଛନ୍ତି ଦଳଛାଡ଼ିଥିବା ନେତା । ସେପଟେ ଦଳ ତରଫରୁ ଦିଆଯାଇଥିବା ପ୍ରାର୍ଥୀଙ୍କୁ ବଦଳାଇବା ଦାବିରେ ଆଜି ପିସିସି ସଭାପତିଙ୍କ ଘରେ ପହଞ୍ଚିଥିଲେ ରେଙ୍ଗାଲି ନିର୍ବାଚନ ମଣ୍ଡଳୀର କଂଗ୍ରେସ କର୍ମୀ । ପ୍ରାର୍ଥୀ ନବଦଳାଇଲେ ରେଙ୍ଗାଲିରେ କଂଗ୍ରେସ ହାରିବ ବୋଲି ଚେତାବନୀ ବି ଦେଇଥିଲେ ।

ସେପଟେ ଦଳଛଡ଼ା ନେତାଙ୍କ ଏଭଳି ଅଭିଯୋଗକୁ ବାଏଁ ବାଏଁ ଉଡ଼ାଇଦେଇଛନ୍ତି ପିସିସି ମୁଖିଆ ନିରଞ୍ଜନ ପଟ୍ଟନାୟକ । କହିଛନ୍ତି ଅଭିଯୋଗ ସତ ପ୍ରମାଣିତ ହେଲେ ରାଜନୀତି ଛାଡ଼ିଦେବେ । ଟିକଟ କଟିଲେ ଆଶାୟୀ ଏଭଳି ଅଭିଯୋଗ କରନ୍ତି । ଜିତିବା ସମ୍ଭାବନା ଥିବା ପ୍ରାର୍ଥୀଙ୍କୁ କଂଗ୍ରେସ ଟିକେଟ୍‌ ଦେଇଛି । ଏଥିରେ ଯିଏ ବିଦ୍ରୋହ କରିବା କଥା କରିବେ ।

ସେପଟେ ଜି.ଉଦୟଗିରି ବିଧାୟକ ଜ୍ୟାକବ ପ୍ରଧାନ ଓ ପୂର୍ବତନ ବିଧାୟକ ଗ୍ରେଗୋରି ମିଞ୍ଜ ସ୍ବାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଥିବାରୁ ସେମାନଙ୍କୁ ଦଳରୁ ବହିଷ୍କାର କରାଯିବ ବୋଲି ପିସିସି ମୁଖିଆ କହିବା ବେଳକୁ ନିଜ ଆଡ଼ୁ ଇସ୍ତଫା ଦେଇଛନ୍ତି ଜ୍ୟାକବ୍‌ । ଆସନ୍ତାକାଲି ସଂଧ୍ୟାରେ ସିଇସି ବୈଠକରେ ତୃତୀୟ ଓଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଫାଇନାଲ ହେବ । ଅପ୍ରେଲ ୪ରେ ପ୍ରଚାର ପାଇଁ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି ।

   Related Posts