Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ଟିକେଟ୍ ନମିଳିବାକୁ ନେଇ ଅସନ୍ତୋଷ, ଦଳ ଛାଡିଲେ କଂଗ୍ରେସର ପୂର୍ବତନ ବିଧାୟକଙ୍କ ସହ ଶତାଧିକ କଂଗ୍ରେସ କର୍ମୀ

27/03/2019 at 3:05 PM

ଭୁବନେଶ୍ବର ୨୭|୩ : କଂଗ୍ରେସର ୩ ଜଣ ପୂର୍ବତନ ବିଧାୟକଙ୍କ ଟିକେଟ କଟିଥିବାରୁ ଅସନ୍ତୋଷ ଦେଖାଦେଇଛି । କଂଗ୍ରେସ ଛାଡିଛନ୍ତି ୩ ପୂର୍ବତନ ବିଧାୟକ । ଟିକେଟ ନମିଳିବାରୁ କଳାହାଣ୍ଡିର ପୂର୍ବତନ ବିଧାୟକ ଗୋବର୍ଦ୍ଧନ ଦାସ, କୁମରମଣି ଶବର  ଓ ଯୁଗାରାମ ବେହେରା ଦଳରୁ ଇସ୍ତଫା ଦେଇଛନ୍ତି । ଏହି ୩ ପୂର୍ବତନ ବିଧାୟକଙ୍କ ସହ କଳାହାଣ୍ଡିର ଶତାଧିକ କର୍ମୀ  ମଧ୍ୟ ଦଳରୁ ଇସ୍ତଫା ଦେଇଛନ୍ତି  ।

ସେହିପରି ନର୍ଲା ବିଧାୟକ କୁମାରମଣି ଶବର, ଜୁନାଗଡ ବିଧାୟକ ଗୋବର୍ଦ୍ଧନ ଦାସ ଓ ଧର୍ମଗଡ ବିଧାୟକ ଯୁଗାରାମ ବେହେରାଙ୍କୁ ଟିକେଟ୍ ନମିଳିବାରୁ ଦଳରୁ ଇସ୍ତଫା ଦେଇଛନ୍ତି ।

ଏହାସହ କଂଗ୍ରେସ ଭବନ ସମ୍ମୁଖରେ କଳାହାଣ୍ଡି ଜିଲ୍ଲାର କଂଗ୍ରେସ କର୍ମୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ବିକ୍ଷୋଭ ସହ ବିଭିନ୍ନ ପଦ ପଦବୀରୁ ଇସ୍ତଫା ଦେଇଛନ୍ତି ୧୫୦ରୁ ଉର୍ଦ୍ଧ୍ବ କର୍ମୀ । ଟିକେଟ୍ ବଣ୍ଟନକୁ ନେଇ ଅସନ୍ତୋଷ ଥିବାରୁ ବିଦ୍ରୋହ କରିଛନ୍ତି । ଟଙ୍କା କାରବାର ହୋଇ ଟିକେଟ୍ ବଣ୍ଟା ଯାଇଥିବା ଅଭିଯୋଗ କରିଛନ୍ତି ।

   Related Posts