କପଡା ଶୁଖାଇବା ହେଲା କାଳ : ବିଦ୍ୟୁତ୍ ଆଘାତରେ ଶାଶୂ ଓ ଦୁଇ ବୋହୂଙ୍କ ମୃତ୍ୟୁ

Published By : Prameya-News7 Bureau | October 25, 2019 IST

ସାଲେପୁର ୨୫।୧୦: ଏମିତି ବି ଆସେ ମୃତ୍ୟୁ । ବିଦ୍ୟୁତ୍ ଆଘାତରେ ଗୋଟିଏ ପରିବାରର ୩ ଜଣଙ୍କର ମୃତ୍ୟୁ ହୋଇଛି । କରେଣ୍ଟ ଲାଗି ଶାଶୁ ଓ ୨ ବୋହୂଙ୍କର ମୃତ୍ୟୁ ହୋଇଛି । ସାଲେପୁର ବେତେଇ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

{"id":174581}

ସୂଚନାଯୋଗ୍ୟ ଯେ, ବୋହୂ ତାରରେ କପଡା ଶୁଖାଉଥିବା ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ ଆସିଥିଲେ । ତାଙ୍କୁ ବଞ୍ଚାଇବାକୁ ଯାଇ ଶାଶୁ ଏବଂ ତାଙ୍କ ଯାଆଙ୍କୁ କରେଣ୍ଟ ଲାଗିଥିଲା । ସମସ୍ତଙ୍କୁ ମେଡିକାଲ ନିଆଯାଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ । ମୃତକମାନେ ହେଲେ ଶାଶୁ ସୀତା ମଲ୍ଲିକ, ଏବଂ ୨ ବୋହୂ ପୁଷ୍ପିତା ମଲ୍ଲିକ ଓ ନନ୍ଦିତା ମଲ୍ଲିକ । ଶାଶୁ ସୀତା ମଲ୍ଲିକଙ୍କ ବୟସ ୭୦ବର୍ଷ । ବଡବୋହୂ ନନ୍ଦିତାଙ୍କ ବୟସ ୨୯ ବର୍ଷ ଏବଂ ସାନବୋହୂ ପୁଷ୍ପଲତାଙ୍କ ବୟସ ୨୫ ବର୍ଷ ।

{"id":174564}

ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ବଡ ବୋହୂ ନନ୍ଦିତା ଘର ନିକଟରେ ଟଣାଯାଇଥିବା ଖଣ୍ଡେ ଜିଆଇ ତାରରେ ଓଦାଲୁଗା ଶୁଖାଉଥିବା ବେଳେ ବିଜୁଳି ଆଘାତ ପାଇ ଥରି ଉଠିଥିଲେ। ଏକଥା ଦେଖି ପାଖରେ ଥିବା ଶାଶୁ ସୀତା ତାଙ୍କୁ ଟାଣି ଆଣିବାକୁ ଯାଇ ବିଦ୍ୟୁତ୍ ଆଘାତ ପାଇଥିଲେ। ଶାଶୁ ଓ ଯାଆଙ୍କର ଦୁର୍ଦ୍ଦଶା ଦେଖି ସାନବୋହୂ ପୁଷ୍ପଲତା ମଧ୍ୟ ଧାଇଁ ଯାଇ ସେମାନଙ୍କୁ ଟାଣି ଆଣିବାକୁ ଉଦ୍ୟମ କରି ବିଦ୍ୟୁତ୍ ଆଘାତ ପାଇଥିଲେ । ପଡ଼ୋଶୀମାନେ ତିନି ଜଣଙ୍କୁ ଅଚେତ ଅବସ୍ଥାରେ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ସେମାନଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ବିଚିତ୍ରାନନ୍ଦଙ୍କ ଚାଳଘରୁ ଖଣ୍ଡେ ଫ୍ଲେକ୍ସିବଲ୍ ତାର ଯୋଗେ ନିକଟରେ ଥିବା ଗୁହାଳ ଘରକୁ ଗୋଟାଏ ନଡ଼ିଆଗଛ କନ୍ଦି ଭିତର ଦେଇ ବିଜୁଳି ସଂଯୋଗ କରାଯାଇଥିଲା । କୌଣସି କାରଣରୁ ସେ ତାରଟି ସର୍ଟ ହୋଇ ଜିଆଇ ତାରକୁ ବିଜୁଳି ପ୍ରବାହିତ ହେଉଥିଲା । ଏ କଥା ସେତେବେଳେ କାହାରିକୁ ଜଣା ନଥିଲା । ଖବର ପାଇ ପୁଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.