ଅଳ୍ପକେ ବର୍ତ୍ତିଲା ଜୀବନ- ମଦ ପିଇ ରାତି ଅଧରେ ତିନିଜଣ ବସି ଚଳାଇଲେ ବାଇକ୍…ଡିଭାଇଡରରେ ପିଟିହେଲା ବାଇକ୍

Published By : Prameya-News7 Bureau | December 13, 2019 IST

ନୂଆ ଟ୍ରାଫିକ୍ ନିୟମ ଲାଗୁ ହେବା ପରେ ବେଶ୍ କିଛି ଭଲକି ଲୋକଙ୍କ ଠାରୁ ଫାଇନ୍ ଆଦାୟ ହେଲା । ଯାହାକୁ ପ୍ରତିବାଦ କରି ଲୋକେ ବିକ୍ଷୋଭ କଲେ । ଫଳରେ କିଛିଦିନ ପାଇଁ ନିୟମକୁ କୋବଳ ମଧ୍ୟ କରାଗଲା । ବାସ୍ ଏତିକିରେ ଯେମିତି କଥା ସରିଗଲା । ଲୋକେ ପୁଣି ନିୟମ ଉଲ୍ଲଂଘନ କରିବାକୁ ଲାଗିଲେ । ଭୁଲିଗଲେ ଯେ, ଏହି ନିୟମ ସେମାନଙ୍କ ପାଇଁ ହିଁ ଲାଗୁ ହୋଇଥିଲା ବୋଲି । ଆଉ ସାମ୍ନକୁ ଆସିଲା ପୁଣି ଭୟଙ୍କର ଦୃଶ୍ୟ ।

{"id":197340,"sizeSlug":"large"}

। ଏକ ବାଇକରେ କିଭଳି ତିନିଜଣ ୟାତ୍ରା କରୁଥିଲେ । ଫରିଦାବାଦ୍ ଅଭିମୁଖେ ଯାତ୍ରା କରୁଥିବା ଏକ ବାଇକରେ ତିନିଜଣ ଯୁବକ ବସିଥିଲେ । ମଝିରେ ମଝିରେ ଏମାନଙ୍କ ଗାଡିଟି ଭାରସାମ୍ୟ ହରାଇ ରାସ୍ତାରେ ଏପଟ ସେପଟ ହୋଇ ଆଗକୁ ବଢୁଥିଲା । ଅନ୍ୟ ଗାଡି ଗୁଡିକ ମଧ୍ୟଏମାନଙ୍କୁ ଓଭରଟେକ୍ କରି ଯାଉଥିଲେ ।

wp:core-embed/youtube {"url":"https://www.youtube.com/watch?v=qUiOiypfQQk","type":"video","providerNameSlug":"youtube","className":"wp-embed-aspect-16-9 wp-has-aspect-ratio"}
https://www.youtube.com/watch?v=qUiOiypfQQk
/wp:core-embed/youtube

ଖୁବ୍ ବିପଦପୂର୍ଣ୍ଣ ଅବସ୍ଥାରେ ଗାଡିଟି ଆଗକୁ ଆଗକୁ ଗତି କରିଥିଲା । ପଛରେ ବସିଥିବା ଯୁବକ ଜଣକ ହୁଏତ ହୋସରେ ନଥିଲା। ସେଥିପାଇଁ ଆଗରେ ବସିଥିବା ଯୁବକଙ୍କ ପିଠିରେ ଆଉଜି ପଡିଥିଲା ।

{"id":197341,"sizeSlug":"large"}

ବାଇକଟି କିଭଳି ଓଭରବ୍ରିଜର ଏକଦମେ କଡେ କଡେ ଗତି କରିଥିଲା । ଏତେ ବେଗରେ ବାଇକକୁ ଡାହାଣପାର୍ଶ୍ବକୁ କାଟିଥିଲେ ଯେ, ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଡିଭାଇଡରରେ ପିଟି ହେବା ପରେ ତିନିଜଣ ଯୁବକ ଛିଟିକି ହୋଇ ବିପରୀତ ପାର୍ଶ୍ବରେ ପଡିଥିଲେ । ଆଉ ବାଇକଟି ଆପେ ଆପେ ଆଗକୁ ଗତି କରିଥିଲା ।

{"id":197342,"sizeSlug":"large"}

ତେବେ ସବୁଠୁ ବଡ଼ କଥା ହେଉଛି ପଛରେ ଆସୁଥିବା ଏହି କାରଟି ପୁରା ଦୃଶ୍ୟକୁ ରେକର୍ଡ କରିବା ସହ ତିନି ଯୁବକଙ୍କୁ ଡାକ୍ତରଖାନାରେ ମଧ୍ୟ ଭର୍ତ୍ତି କରିଥିଲେ । ପରେ ଜଣାପଡିଥିଲା ଯେ, ତିନି ଯୁବକ ମଦ ପିଇ ଗାଡି ଚଲାଉଥିଲେ । ଆଉ ନିଶାରେ ଭାରସାମ୍ୟ ହରାଇ ଦୁର୍ଘଟଣାର ଶିକାର ହୋଇଥିଲେ । ଭାଗ୍ୟ ଭଲ ତିନିଜଣଙ୍କ ଜୀବନ ବଞ୍ଚି ଯାଇଛି । ତେବେ ମାନିବାକୁ ପଡିବ ଏହି କାରଚାଳକଙ୍କୁ । ମାନବିକତା ଦେଖାଇ ସମସ୍ତଙ୍ୁ ନିଜ ଗାଡିରେ ନେଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । କଥା ହେଉଛି ବାରମ୍ବାର ସଚେତନତା ପରେ ବି ଲୋକେ ସୁଧୁରିବାର ନାଁ ନେଉ ନାହାନ୍ତି । ନିଶା ପିଇ ଗାଡି ଚଳାନ୍ତୁ ନାହିଁ ବୋଲି ଅନେକ ସ୍ଲୋଗାନ ସହ ବିଜ୍ଞାପନ ଏବଂ ସଚେତନତା ଜାରି କରିବା ପରେ ମଧ୍ୟ ଲୋକେ ଅଣଦେଖା କୁଛନ୍ତି । ଆଉ ସାମ୍ନାକୁ ଆସୁଛି ଏଭଳି ଭୟଙ୍କର ଦୁର୍ଘଟଣାର ଦୃଶ୍ୟ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.