ଏହି ତିନି ଜିଲ୍ଲାରେ ଲକ୍‌ଡାଉନ୍‌ କୋହଳ, ପୂର୍ବ ଘୋଷିତ କଟକଣାମୁକ୍ତ ଜାରି ରହିବ

Published By : Prameya-News7 Bureau | May 30, 2021 IST

ଭୁବନେଶ୍ଵର ୩୦।୦୫: କରୋନାର ସାଂପ୍ରତିକ ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଲକ୍‌ଡାଉନ୍ ଅବଧି ୧୬ ଦିନ ବୃଦ୍ଧି କରିଛନ୍ତି। ଜୁନ ୧ ସକାଳ ୫ଟାରେ ସରୁଥିବା ଲକ୍‌ଡାଉନ୍ ଜୁନ ୧୭ ସକାଳ ୫ଟା ଯାଏଁ ବଢାଯାଇଛି। ଏଥିସହ ରାଜ୍ୟରେ ସପ୍ତାହନ୍ତ ସଟ୍‌ଡାଉନ୍‌ ପୂର୍ବ ପରି ଜାରି ରହିବ।  ଅନ୍ୟପଟେ ସଂକ୍ରମଣ କମୁଥିବାରୁ ୩ଟି ଜିଲ୍ଲାରେ ଲକ୍‌ଡାଉନ୍‌ କୋହଳ କରାଯାଇଛି। ନୂଆପଡା, ଗଜପତି ଓ ସୁନ୍ଦରଗଡ ଜିଲ୍ଲାରେ କୋହଳ କରାଯାଇଛି।

ଏହି ତିନୋଟି  ଜିଲ୍ଲାରେ ସକାଳ ୭ଟାରୁ ଦିନ ୧ଟା ଯାଏଁ ଦୋକାନ ଖୋଲା ରହିବ। ମାତ୍ର ସେଲୁନ, ପାର୍ଲର ଓ ମଲ୍ ଖୋଲିବାକୁ ଅନୁମତି ନାହିଁ। ଯଦି ଏସବୁ ଜିଲ୍ଲାରେ ସଂକ୍ରମଣ ବଢେ ତା ହେଲେ ପୁଣି କଟକଣା ଲଗା ଯିବ। ବାକି ୨୭ ଜିଲ୍ଲାରେ ସଂକ୍ରମଣ କମିଲେ ପର୍ଯ୍ୟାୟକ୍ରମେ ଲକ୍‌ଡାଉନ୍‌ରେ କୋହଳ କରାଯିବ।

ରାଜ୍ୟ ସରକାରଙ୍କ ବିଜ୍ଞପ୍ତି ଅନୁଯାୟୀ, କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟରେ ୧୬ ଦିନ ପାଇଁ ଲକ୍‌ଡାଉନ୍ ଜାରି କରାଯାଇଛି। ଜୁନ ୧୭ ସକାଳ ୬ଟା ଯାଏଁ ଲକ୍‌ଡାଉନ୍‌ ଜାରି ବହିବ। ପୂର୍ବ ଲକ୍‌ଡାଉନ୍‌ରେ ଜାରି ସମସ୍ତ କଟକଣା ପୂର୍ବ ପରି ଜାରି ରହିବ। ପୂର୍ବ ଘୋଷଣାରେ ଯାହା କଟକଣାମୁକ୍ତ ତାହା ଜାରି ରହିବ। ହେଲେ ଲକ୍‌ଡାଉନ୍ ସମୟରେ ଟିକାକରଣ ସହ ଜରୁରୀକାଳୀନ ସେବା ଜାରି ରହିବ। ସପ୍ତାହାନ୍ତ ସଟ୍‌ଡାଉନ୍‌ ଶୁକ୍ରବାର ସନ୍ଧ୍ୟା ୬ଟାରୁ ସୋମବାର ୬ଟା ଯାଏଁ  କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.