Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୃତ୍ୟୁ ହାରରେ ସାମାନ୍ୟ ହ୍ରାସ : ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୩୯ ଜଣଙ୍କ ଜୀବନ, ୩୪୭୧ରେ ପହଞ୍ଚିଲା ମୋଟ୍‌ ସଂଖ୍ୟା
  • ||
  • କାମାକ୍ଷାନଗରରେ ଦୁଇ ସାହି ମଧ୍ୟରେ ଗୋଷ୍ଠୀ ସଙ୍ଘର୍ଷ : ଜଣେ ମୃତ, ୨ ଗୁରୁତର
  • ||
  • ନୟାଗଡ : ୫ ଦିନ ପରେ ମିଳିଳା ନିଖୋଜ ଶିଶୁକନ୍ୟାର ମୃତଦେହ, ଶରୀରଠୁ ଅଲଗା ହୋଇ ପଡିଛି ମୁଣ୍ଡ
  • ||
  • ଖୋର୍ଦ୍ଧା : ଠାକୁରପଡ଼ାରେ ଯୁବକଙ୍କୁ ନିର୍ମମ ହତ୍ୟା ଘଟଣା, ୩ ଗିରଫ
  • ||
  • ଭୁବନେଶ୍ୱର : ୧୮ ଓ ୧୯ରେ ବଢିବ ବର୍ଷା, ୨୦ରୁ ବଦଳିବ ପାଗ
  • ||
  • କମୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୬୩୧ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||

ପିଥୋରାଗଡ଼ରେ ପାହାଡ଼ ଧସି ୩ ମୃତ, ୯ ନିଖୋଜ

20/07/2020 at 11:38 AM

ଡେରାଡୁନ ୨୦।୦୭: କିଛିଦିନ ହେଲା ଉତ୍ତରାଖଣ୍ଡରେ ଲଗାତର ବର୍ଷା ଲାଗି ରହିଛି । ଯାହାଫଳରେ କି ବଡ ବଡ ପାହାଡ଼ ଖସି ମାଟିରେ ମିଶିଯାଉଛି । ଉତ୍ତରାଖଣ୍ଡର ପିଥୋରାଗଡ଼ ଜିଲ୍ଲାର ମୁନ୍ସିୟାରି ଅଞ୍ଚଳରେ ପାହାଡ ଖସିବା ଦ୍ୱାରା ତଳେ ବାସ କରୁଥିବା ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୯ଜଣ ଲୋକ ନିଖୋଜ ଥିବା ଜଣାପଡିଛି । ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ବର୍ଷା ଜାରି ରହିବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି । ଯାହାଦ୍ୱାରା କି ନଦୀର ଜଳସ୍ତର ବଢିବାର ଅନୁମାନ କରାଯାଉଛି ।   

ସୂଚନାଯୋଗ୍ୟ ଯେ, ରବିବାର ଦିନ ବିଳମ୍ବିତ ରାତିରେ ବାଦଲ ଫାଟିବା ଦ୍ୱାରା ମୁନ୍ସିୟାରିର ଟାଗା ଗାଁ ଓ ବଙ୍ଗାପାଣି ଗାଁରେ ଆତଙ୍କ ଖେଳିଯାଇଛି । ବଡ ବଡ ପାହାଡ ଖସିବା ଦ୍ୱାରା ଅନେକ ଘର ମାଟି ତଳେ ପୋତି ହୋଇଯାଇଛି । ଯାହାଦ୍ୱାରା କି ୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୯ଜଣ ଲୋକ ନିଖୋଜ ରହିଛନ୍ତି । ତେବେ ଅନେକ ଲୋକ ମାଟିତଳେ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି ।

ସେହିପରି ଅନ୍ୟ ୩ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ମାଟି ତଳେ ଫସିରହିଥିବା ଲୋକଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି । ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଲୋକମାନଙ୍କୁ ସୁରକ୍ଷିତ ଭାବେ କିପରି ଉଦ୍ଧାର କରାଯିବ, ସେନେଇ ସ୍ଥାନୀୟ ପ୍ରଶାସନ ନିଜର ଉଦ୍ୟମ ଜାରି ରଖିଛି । ପାହାଡ଼ ଖସିବା ଦ୍ୱାରା ଅନେକ ଲୋକ ମାଟି ତଳେ ଫସିରହିଥିବା ଆଶଙ୍କା କରାଯାଉଛି।

ତେବେ ଆସନ୍ତା କିଛି ଦିନ ଏହି ଅଞ୍ଚଳରେ ଲଗାତର ବର୍ଷା ଜାରି ରହିବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି । ଯାହାକୁ ଦୃଷ୍ଟିରେ ରଖି ଆଗୁଆ ପଦକ୍ଷେପ ନେବା ପାଇଁ ସରକାରଙ୍କ ପକ୍ଷରୁ ଉଦ୍ୟମ କରାଯାଉଛି ।

   Related Posts