ବଜ୍ରପାତ ନେଲା ୩ ଜୀବନ : କେନ୍ଦୁଝରରେ ଦମ୍ପତି ମୃତ, କଳାହାଣ୍ଡିରେ ସ୍ବାମୀ ମୃତ ଓ ସ୍ତ୍ରୀ ଗୁରୁତର
17/07/2019 at 3:38 PM

ଘଟଗାଁ | କଳାହାଣ୍ଡି ୧୭|୭: ବଜ୍ରପାତ ନେଲା ୩ଜୀବନ । ବିଲରେ କାମ କରୁଥିବା ବେଳେ ବଜ୍ରାଘାତରେ ଦମ୍ପତିଙ୍କ ମୃତ୍ୟୁ ହୋଇଛି । କେନ୍ଦୁଝର ଜିଲ୍ଲା ସୁନାପେଣ୍ଠ ବଡଶିଆଳିମାଳ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତକ ଦମ୍ପତି ହେଉଛନ୍ତି ସ୍ବାମୀ ଚୈତନ୍ୟ ମହାନ୍ତ ଏବଂ ସ୍ତ୍ରୀ ମୀନା ମହାନ୍ତ ।
ସେହିଭଳି କଳାହାଣ୍ଡି ଜିଲ୍ଲା ମାନଝରି ଗାଁରେ ବଜ୍ରପାତରେ ସ୍ବାମୀଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଗୁରୁତର ହୋଇଛନ୍ତି ।