କଲେଜର ନାମଲେଖି ଫେରିବା ବେଳେ ଧକ୍କା ଦେଲା ଟ୍ରକ, ୩ମୃତ

Published By : Prameya-News7 Bureau | August 22, 2020 IST

ପାଟଣା ୨୨।୦୮: ବିହାର ବୈଶାଳୀ ଜିଲ୍ଲା ମହୁଆ ଥାନା ମୁକୁନ୍ଦପୁର ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁର୍ଘଟଣାରେ ତିନି ଜୀବନଙ୍କ ମୃତ୍ୟୁ ହୋଇଯାଇଥିବେ ବେଳେ  ଜଣେ ଗୁରୁତର ଥିବା ଜଣାପଡିଛି । ଘଟଣାସ୍ଥଳରେ ସ୍ଥାନୀୟଲୋକଙ୍କ ଅବରୋଧ । ପୋଲିସ ଘଟଣାରେ ଛାନ୍‌ଭିନ୍‌ ଜାରି ରଖିଛି ।

ବିହାର ମୋହନପୁର ଧନରାଜର ବାସିନ୍ଦା ୧୮ବର୍ଷୀୟ ରାଜୁ କୁମାର ନିଜର ୩ଜଣ ସାଙ୍ଗଙ୍କ ସହିତ କଲେଜକୁ ନାମଲେଖା ପାଇଁ ଯାଇଥିଲେ । ରାଜୁ କଲେଜରେ ନାମଲେଖା କରି ଫେରୁଥିବା ସମୟରେ ଏକ ଟ୍ରକ ଜୋରଦାର ଧକ୍କା ଦେଇଥିଲା । ମହୁଆ ପଟୁ ଆସୁଥିବା ଏକ ଟ୍ରକ ଖୁବ୍‌ ଜୋର୍‌ରେ ଆସି ଧକ୍କା ଦେଇଥିଲା । ଯାହାଫଳରେ କି ରାଜୁ କୁମାରଙ୍କ ହିଁ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା । ସେପଟେ ଅନ୍ୟ ଦୁଇଜଣ ରାଜା କୁମାର ଓ ଲାଲୁ କୁମାର ମେଡିକାଲକୁ ନେଉଥିବା ସମୟରେ ମୃତ୍ୟୁ ହୋଇଛି । ତେବେ ଅନ୍ୟ ଜଣେ ଯୁବକ ଚନ୍ଦନ କୁମାରଙ୍କ ଅବସ୍ଥା ଗୁରୁତର ରହିଛି । ନିକଟସ୍ଥ ମେଡିକାଲରେ ତାଙ୍କର ଚିକିତ୍ସା ଜାରି ରହିଛି ।

ତେବେ ଦୁର୍ଘଟଣା ଘଟଣାଥିବା ଟ୍ରକ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇ ବେଳେ ପୋଲିସ ଛାନ୍‌ଭିନ୍‌ ଜାରି ରଖିଛି । ଦୁର୍ଘଟଣା ପରେ ସ୍ଥାନୀୟ ଲୋକ ରାସ୍ତା ଅବରୋଧ କରିଥିଲେ । କିନ୍ତୁ ସ୍ଥାନୀୟ ପ୍ରଶାସନ ପହଞ୍ଚି ବୁଝାସୁଝା ପରେ ରାସ୍ତାରୋକ ହଟିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.