Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଞ୍ଜେଲା ମାର୍କେଲଙ୍କ ଯୁଗ ଶେଷ ! ଜର୍ମାନ ନିର୍ବାଚନରେ ଖୁବ୍ କମ ଭୋଟରେ ହାରିଲା ମାର୍କେଲଙ୍କ ପାର୍ଟି, କ୍ଷମତା ଡୋର ସୋସିଆଲ ଡେମୋକ୍ରାଟ୍ସଙ୍କ ହାତକୁ ଯିବ
  • ||
  • ଭୁବନେଶ୍ବର : ‘ଗୁଲାବ’ ପ୍ରଭାବରେ ରାଜ୍ୟର ହୋଇନି ବେଶୀ ପବନ, କୋରାପୁଟ ଓ ମାଲକାନଗିରି ଜିଲ୍ଲାର ଗୋଟିଏ ଗୋଟିଏ ବ୍ଲକ୍‌ରେ ଅଧିକ ବର୍ଷା : SRC
  • ||
  • କାଲିମେଳା : ରାସ୍ତାରେ ଚାଲୁଛି ୨ରୁ ୩ଫୁଟ ବର୍ଷାଜଳ, ଉଭୟ ପାର୍ଶ୍ବରେ ଅଟକିଛି ଯାନବାହାନ
  • ||
  • ମୋହନା : ଗଜପତିରେ ପ୍ରଭାବ ପକାଇଲା ‘ଗୁଲାବ’, ବିଭିନ୍ନ ସ୍ଥାନରେ ଗଛ ପଡି ରାସ୍ତା ଅବରୋଧ
  • ||
  • ଆଇପିଏଲ ୨୦୨୧ : ୪୦ ତମ ଲିଗ୍‌ ମୁକାବିଲାରେ ମୁହାଁମୁହିଁ ହେବେ ହାଇଦ୍ରାବାଦ ଓ ରାଜସ୍ଥାନ
  • ||
  • କେନ୍ଦୁଝର : ବଣୁଆ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ, ମଞ୍ଚାରୁ ଓହ୍ଲାଇ ଘରକୁ ଯିବାବେଳେ ଆକ୍ରମଣର ଶିକାର
  • ||
  • ଜୟପୁର : ଲଗାଣ ବର୍ଷା ଯୋଗୁଁ ଧସିଲା ମାଟି ଅତଡା, ଜାତୀୟ ରାଜପଥ ଅବରୋଧ
  • ||
  • ଭୁବନେଶ୍ବର : ବାତ୍ୟାରୁ ଗଭୀର ଅବପାତର ରୂପ ନେଲା ‘ଗୁଲାବ’, ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ଲାଗି ରହିଛି ବର୍ଷା
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରେ ‘ଗୁଲାବ’ ପ୍ରଭାବ : ଭାଙ୍ଗିଲା ଘର, ଗଛ ପଡି ରାସ୍ତା ଅବରୋଧ
  • ||
  • ବୈତରଣୀ ପଠାରେ ଚରୁଥିଲେ ମଇଁଷି, ପାଣି ଭିତରକୁ ଟାଣିନେଲା କୁମ୍ଭୀର : ଦେଖନ୍ତୁ ଭିଡିଓ
  • ||

ଗୋଟିଏ ପରିବାରର ୩ ଜଣଙ୍କୁ ହତ୍ୟା ! ଘର ଭିତରୁ ଅର୍ଦ୍ଧଦଗ୍ଧ ମୃତଦେହ ଠାବ

31/08/2020 at 8:20 AM

ଆଗ୍ରା ୩୧।୦୮:  ଆଗ୍ରାରେ ସୋମବାର ଦିନ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଘର ଭିତରୁ ଗୋଟିଏ ପରିବାରର ତିନିଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ସମସ୍ତଙ୍କ ମୃତଦେହ ପୋଡିଯାଇଥିବା ଦେଖିବାକୁ ମିଳିଛି । ମୃତକଙ୍କ ମଧ୍ୟରେ ପତି, ପତ୍ନୀ ଓ ପୁଅ ରହିଛନ୍ତି । ତେବେ କିଏ ଓ କାହିଁକି ସେମାନଙ୍କୁ ହତ୍ୟା ନା ଅନ୍ୟ କାରଣରୁ ମୃତ୍ୟୁ ହୋଇଛି । ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ତେବେ ମିଳିଥିବା ସୂଚନା ଅନୁସାରେ ସେମାନଙ୍କୁ ହତ୍ୟା କରାଯାଇଛି ।

ସୂଚନାଯୋଗ୍ୟ ଯେ, ସୋମବାର ଦିନ ସକାଳ ସମୟରେ ସ୍ଥାନୀୟଲୋକେ ଘର ଭିତରେ ତିନିଜଣଙ୍କ ମୃତଦେହ ଦେଖିଥିଲେ । ଏହାପରେ ତୁରନ୍ତ ସ୍ଥାନୀୟ ପୋଲିସ ଥାନାକୁ ଖବର ଦେଇଥିଲେ । ପୋଲିସ ପହଞ୍ଚି ତିନିଜଣଙ୍କ ମୃତଦେହ ଘର ଭିତରୁ ଠାବ କରିଛି । ଗୋଟିଏ ପରିବାରର ତିନିଜଣଙ୍କୁ ହତ୍ୟା କରାଯିବା ଘଟଣା ପୁରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ଘଟଣାଟି ଆଗ୍ରାର କିଶାନଲାଲ୍‌ ଅଞ୍ଚଳରେ ଘଟିଛି । ପରିବାରର ତିନିଜଣଙ୍କ ହତ୍ୟା ହୋଇଛି ବୋଲି ଅନୁମାନ କରାଯାଉଛି । ମୃତକଙ୍କ ନାମ ରଘୁବୀର (୫୫) , ପତ୍ନୀ ମୀରା ଓ ୨୨ ବର୍ଷୀୟ ପୁଅ ବବ୍‌ଲୁ ହୋଇଥିବା ଜଣାପଡିଛି ।

ତିନିଜଣଙ୍କ ଶବ ଗୋଟିଏ ଘର ଭିତରେ ପୋଡି ଯାଇଥିବା ଅବସ୍ଥାରେ ପଡିଥିବାର ଦେଖିବାକୁ ମିଳିଥିଲା । ରଘୁବୀରଙ୍କର  ନିକଟରେ ଏକ ଦୋକାନ ରହିଥିଲା । ସେହିଥିରୁ ସେ ରୋଜଗାର କରି ନିଜ ପରିବାର ପ୍ରତିପୋଷଣ କରୁଥିଲେ । ରବିବାର ସଂଧ୍ୟା ସମୟରେ ସେ ତାଙ୍କ ଶ୍ୱଶୁର ଘରୁ ଫେରିଥିଲେ । କିନ୍ତୁ ସୋମବାର ଦିନ ସକାଳ ସମୟରେ ତିନିଜଣଙ୍କ ମୃତଦେହ ମିଳିବା ସ୍ଥାନୀୟ ଅଞ୍ଚଳରେ  ପୁରା ଚାଞ୍ଚଲ୍ୟ ଖେଳାଇଦେଇଛି ।

ସ୍ଥାନୀୟଲୋକେଙ୍କ ସୂଚନାନୁସାରେ ,  ସକାଳ ସମୟରେ ତିନିଜଣଙ୍କ ମୃତଦେହ ଦେଖି ପୋଲିସକୁ ଖବର ଦିଆଯାଇଥିଲା । ବବ୍‌ଲୁ ଓ ମୀରାଙ୍କ ହାତ ବନ୍ଧାଯାଇଥିବା ବେଳେ ରଘୁବୀରଙ୍କ ବେକରେ ରଶି ଲାଗିଥିଲା । ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି । ତେବେ ପୋଷ୍ଟ ମର୍ଟମ ରିପୋର୍ଟ ଆସିବା ପରେ ଘଟଣାର ସତ୍ୟାସତ୍ୟ ସାମ୍ନାକୁ ଆସିବ ବୋଲି ସୂଚନା ରହିଛି ।

   Related Posts