Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ନୂଆବର୍ଷରେ ଭୋଜି ସାରି ଫେରିବା ବେଳେ କୂଅରେ ଖସିଲା ବାଇକ୍ : ୩ ସାଙ୍ଗଙ୍କ ମୃତ୍ୟୁ, ୨ ଗୁରୁତର

2/01/2020 at 7:27 AM

ସାନଖେମୁଣ୍ଡି ୨।୧: ଏମିତି ବି ଆସେ ମୃତ୍ୟୁ । ନୂଆବର୍ଷ ଭୋଜି ସାରି ଫେରିବା ବେଳେ ଆସିଲା ଅକାଳ ମୃତ୍ୟୁ । ଦ୍ରୁତଗତିରେ ବାଇକ୍ ରେ ଫେରୁଥିବା ବେଳେ କୂଅରେ ଖସିପଡ଼ିଲା ବାଇକ୍ । ଦୁର୍ଘଟଣାରେ ୩ ସାଙ୍ଗଙ୍କ ମୃତ୍ୟୁ ହୋଇଛି ।ଦୁଇ ଜଣ ଗୁରୁତର ହୋଇଛନ୍ତି । ଗଞ୍ଜାମ ଦିଗପହଣ୍ଡିରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା । ।   

ସୂଚନାଯୋଗ୍ୟ ଯେ, ନୂଆବର୍ଷ ଭୋଜିରେ ସାମିଲ ହୋଇଥିଲେ ୫ ଜଣ ସାଙ୍ଗ । ଦିନସାରା ସାଙ୍ଗମାନଙ୍କ ସହିତ ଭୋଜି ଭାତ ମଉଜ ମସ୍ତିରେ ମାତିଥିଲେ । ୫ ଜଣ ସାଙ୍ଗ ୨ଟି ବାଇକରେ ଫେରିବା ବେଳେ ବାଇକ୍ ଉପରୁ ନିୟନ୍ତ୍ରଣ ହରାଇଥିଲେ ।

ଦିଗପହଣ୍ଡିର ରାଇଝୋଳରୁ ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ପଦ୍ମତୋଳା ଗାଁକୁ ୨ଟି ବାଇକ୍ ରେ ଆଗପଛ ହୋଇ ଫେରୁଥିବା ବେଳେ ଘଟିଥିଲା ମର୍ମନ୍ତୁଦ ଦୁର୍ଘଟଣା । ୨ଟି ଯାକ ବାଇକ୍ ଗୋଟିଏ କୂଅ ଭିତରକୁ ଖସି ପଡିଥିଲା । ସେହିଠାରେ ୩ ଜଣଙ୍କର ଘଟିଥିଲା ଅକାଳ ମୃତ୍ୟୁ ।

ଦିଗପହଣ୍ଡିରୁ ଦମକଳ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ । ଦଉଡ଼ିରେ ଫାଶ ପକାଇ କୂଅରେ ପଡ଼ିଥିବା ଯୁବକମାନଙ୍କୁ ଟାଣି ବାହାର କରାଯାଇଥିଲା । ମୃତକମାନେ ହେଲେ ରାଇଝୋଳ ଗାଁର ଜିତେନ୍ଦ୍ର ଗୌଡ଼, ବାବୁଲା ଗୌଡ଼ ଓ ଲାଞ୍ଜିଆ ଗାଁର ସନ୍ତୋଷ ଗୌଡ଼ । ଗୁରୁତର ୨ ଜଣଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

   Related Posts