କେନ୍ଦୁଝରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ୩ ମୃତ, ଜଣେ ଗୁରୁତର

Published By : Prameya-News7 Bureau | October 24, 2018 IST

କେନ୍ଦୁଝର ୨୪/୧୦: କେନ୍ଦୁଝରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଆଜି ଅପରାହ୍ନ ୫ଟା ସମୟରେ ମୟୂରଭଞ୍ଜ ଜିଲ୍ଲା ଚଢେଇଭୋଲ ର ଏମ.ଡି.ସାଜିଦ ତାଙ୍କର ସ୍ତ୍ରୀ ଓ ଦୁଇ ଝିଅ ଏକ ମୋଟରସାଇକଲରେ କେନ୍ଦୁଝରରୁ ଚଢାଇଭୋଲ ଯାଉଥିବା ବେଳେ ୪୯ ନମ୍ୱର ଜାତୀୟ ରାଜପଥର ଚେମଣା ଠାରେ ବିପରୀତ ଦିଗରୁ ଆସୁଥିବା ଏକ ପିକପଭ୍ୟାନ ସହ ଧକା ହୋଇଥିଲା । ଘଟଣା ସ୍ଥଳରେ ୪ଜଣ ଗୁରୁତର ହୋଇ ସମସ୍ତଙ୍କୁ ଜ଼ୀଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ସେଠାରେ ସ୍ଵାମୀ ଓ ସ୍ତ୍ରୀ ତମନା ବିବି ଓ ଜଣେ ଝିଅଙ୍କୁ ମୃତ ଘୋଷଣା କରିଥିଲେ । ଆଉ ଜଣେ ଝିଅ ଗୁରୁତର ଥିବାରୁ ତାଙ୍କୁ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଛି । ଗାଡ଼ିର ଡ୍ରାଇଭର ଉତ୍ୟକ୍ତ ଲୋକଙ୍କ ମାଡରେ ଗୁରୁତର ହେବାରୁ ତାଙ୍କୁ ମଧ୍ୟ ମୁଖ୍ୟ ଚିକିତ୍ସାଳୟରେ ପୋଲିସ ଭର୍ତ୍ତି କରି ଗାଡ଼ିଟିକୁ ଜବତ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.