ମଦ ନେଲା ଜୀବନ ! ଭଦ୍ରକରେ ମଦ ପିଇ ୩ଜଣଙ୍କ ମୃତ୍ୟୁ ଅଭିଯୋଗ

Published By : Prameya-News7 Bureau | April 30, 2019 IST

ଭଦ୍ରକ ୩୦|୪: ଭଦ୍ରକରେ ମଦ ମୃତ୍ୟୁ ଅଭିଯୋଗ ହୋଇଛି । ମଦ ପିଇ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଜଣ ଗୁରୁତର ହୋଇଥିବା ଅଭିଯୋଗ ହୋଇଛି । ତିହିଡି ଥାନା ଦୌଲତପୁର ପଞ୍ଚାୟତରେ ଏହି ଅଭାବନୀୟ ଘଟଣା ଘଟିଛି ।

{"id":108903}

ମୃତକ ମାନେ ହେଲେ ରାମଚନ୍ଦ୍ର ପଢିଆରୀ, ସାଧୁଚରଣ ନାୟକ, ଶଙ୍କର୍ଷଣ ଦାସ । ଦୁଇ ଗୁରୁତର ହେଲେ କୁନା ଜେନା ଓ ବାଇଧର ନାୟକ । ଉଭୟଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

{"id":108904}

ଗତକାଲି ରାତିରେ ମଦ ପିଇବା ପରେ ଏମାନେ ହଠାତ୍ ଅସୁସ୍ଥ ହୋଇପଡିଥିଲେ । ମେଡିକାଲ ନେବା ପରେ ଡାକ୍ତର ୩ ଜଣଙ୍କୁ ମୃତ ଘୋଷଣା କରିଥିଲେ । ସେପଟେ ଘଟଣା ନେଇ ଭଦ୍ରକ ଚାନ୍ଦବାଲି ରାସ୍ତାର ପୀରହାଟ ଠାରେ ଉତ୍ୟକ୍ତ ଲୋକେ ରାସ୍ତାରୋକ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.