ପର୍ଯ୍ୟଟକ ଗାଡି ଦୁର୍ଘଟଣାଗ୍ରସ୍ତ : ୩ମୃତ, ୧୦ ଗୁରୁତର
8/12/2019 at 6:59 AM

ବାଲେଶ୍ବର ୦୮।୧୨: ବାଲେଶ୍ବରରେ ମର୍ମନ୍ତୁଦ ଦୁର୍ଘଟଣା । ସଡକ ଦୁର୍ଘଟଣାରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ଜଣ ଗୁରୁତର ଅଛନ୍ତ । ସମସ୍ତ ଗୁରୁତରଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନାଯୋଗ୍ୟ ଯେ, ବାଲେଶ୍ବର ଜିଲ୍ଲା ସେରଗଡ଼ ପେଟ୍ରୋଲ ପମ୍ପ ନିକଟରେ ଟ୍ରକକୁ ପିଟିଲା ଟ୍ରାଭେଲର ଗାଡି । ଦୁର୍ଘଟଣାରେ ୩ ଜଣ ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଗୁରୁତର ଅଛନ୍ତି । ମୃତକ ତ୍ରିନାଥ ଦାସ, ବାପି ମିଶ୍ର, ଗଙ୍ଗାଧର ଦାସ । ଟ୍ରାଭେଲର ଗାଡିଟି ପୁରୀ ବାଲିସାହି ଅଞ୍ଚଳରୁ ତୀର୍ଥଯାତ୍ରୀଙ୍କୁ ଧରି ଦେବକୁଣ୍ଡ ଯାଉଥିଲା ।
Related Posts
ଅଟୋକୁ ଧକ୍କା ଦେଲା କାର୍, ୪ ଗୁରୁତର
27 January 2021
ବାଇକ୍-ଅଟୋ ମୁହାଁମୁହିଁ ଧକ୍କା : ଜଣେ ମୃତ, ତିନି ଗୁରୁତର
27 January 2021