ଟ୍ରକକୁ ପଛ ପଟୁ ପିଟିଲା ବସ୍ : ୩ ମୃତ, ୮ ଆହତ

Published By : Prameya-News7 Bureau | January 21, 2020 IST

ଜବଲପୁର ୨୧।୦୧: ମଧ୍ୟପ୍ରଦେଶର ଜବଲପୁରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା  ଘଟିଛି । ରାସ୍ତା କଡରେ ଛିଡ଼ା ହୋଇଥିବା ଟ୍ରକକୁ ଧକ୍କା ଦେଲା ବସ୍‌ । ଦୁର୍ଘଟଣାରେ ବସ୍‌ରେ ଥିବା ୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮ରୁ ଅଧିକ ଲୋକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ ଜାରି ରଖିଛି ।

ସୂଚନାଯୋଗ୍ୟ , ଜବଲପୁରରୁ ବସ୍‌ଟି ସିବାନୀ ଗସ୍ତ କରୁଥିଲା । ବରଗୀ ଥାନା ଅନ୍ତର୍ଗତ ମଗେଳା ଗାଁ ନିକଟ ଦେଇ ଯାଇଥିବା ଜାତୀୟ ରାଜପଥର ରାସ୍ତା କଡରେ  ଛିଡା ହୋଇଥିବା ଟ୍ରକକୁ  ଯାତ୍ରୀବାହୀ ଧକ୍କା ଦେଇଥିଲା । ତେବେ କୁହୁଡି ଯୋଗୁଁ ରାସ୍ତାକଡରେ ଟ୍ରକ ଛିଡା ହୋଇଥିବାର ଦୃଶ୍ୟମାନ ହୋଇନଥିଲା ବୋଲି ସୂଚନା ରହିଛି । ନିକଟସ୍ଥ ସ୍ଥାନୀୟଲୋକ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡିରୁ ଯାତ୍ରୀଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.