ମର୍ମନ୍ତୁଦ ଦୁର୍ଘଟଣା : ଟ୍ରକ୍ ଧକ୍କାରେ ବାପାଙ୍କ ସହ ୨ ପୁଅଙ୍କ ମୃତ୍ୟୁ

Published By : Prameya-News7 Bureau | August 28, 2019 IST

ଖୋର୍ଦ୍ଧା ୨୮।୮: ଖୋର୍ଦ୍ଧାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି । ଟ୍ରକ୍ ଧକ୍କାରେ ବାପାଙ୍କ ସହ ୨ ପୁଅଙ୍କର ମୃତ୍ୟୁ ହୋଇଛି । ଗଡ ଖୋର୍ଦ୍ଧା ପଞ୍ଚୁ ପାଇକ ଛକଠାରେ ଏହି ଦୁର୍ଘଟଣା ଘଟିଛି । ବାଇକ୍‌ରେ ଯାଉଥିବା ବେଳେ ଥଣ୍ଡା ବୋଝେଇ ଟ୍ରକ୍ ସେମାନଙ୍କୁ ଧକ୍କା ଦେଇଥିଲା । ମୃତକ ହେଲେ ମଳିପଡା ଗାଁର ବାପା କୃଷ୍ଣଚନ୍ଦ୍ର ପାତାଳ ସିଂ, ବଡ଼ପୁଅ ସଞ୍ଜୟ ସିଂ ଓ ସାନପୁଅ ବିକ୍ରମ ସିଂ । ବାଇକ୍‌ରେ ଭୁବନେଶ୍ବରରୁ ମଳିପଡା ଅଭିମୁଖେ ଆସୁଥିବାବେଳେ ଦୁର୍ଘଟଣା ହୋଇଛି । ଘଟଣାସ୍ଥଳରେ ବଡ ପୁଅର ମୃତ୍ୟୁ ହୋଇଥିବା ବେଳେ ଚିକିତ୍ସାଧିନ ଅବସ୍ଥାରେ ଖୋର୍ଦ୍ଧା ମେଡିକାଲରେ ବାପା ଓ ସାନ ପୁଅଙ୍କର ମୃତ୍ୟୁ ଘଟିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.