ନିର୍ମାଣଧିନ ପୋଲ ତଳୁ ୩ ଯୁବକଙ୍କ ମୃତଦେହ ଉଦ୍ଧାର

Published By : Prameya-News7 Bureau | January 09, 2019 IST

ନୂଆପଡା ୯|୧: ନିର୍ମାଣଧିନ ପୋଲ ତଳୁ ୩ ଜଣ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ଧନୁଯାତ୍ରା ଦେଖି ଫେରୁଥିବା ବେଳେ ବାଇକ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଫଳରେ ୩ଜଣଙ୍କର ମୃତ୍ୟୁ ହୋଇଛି । ଜଣେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।

{"id":71924}

ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ନୂଆପଡାରୁ ଧନୁଯାତ୍ରା ଦେଖି ଘରକୁ ଫେରୁଥିଲେ ୪ଜଣ ଯୁବକ । ପାଗାରପାନି ନିକଟରେ ବାଇକ୍‌ଟି ଭାରସାମ୍ୟ ହରାଇ ନିର୍ଣାଣଧିନ ପୋଲ ତଳକୁ ଖସିପଡିଥିଲା । ଫଳରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ବର୍ତ୍ତି ଯାଇଛନ୍ତି । ମୃତକ ଦୁଇ ଜଣ ନୂଆପଡା ଖଲିଆପାନି ଗାଁର ହୋଇଥିବା ବେଳେ ଅନ୍ୟ ଜଣେ ଛତିଶଗଡ ଖୈରଟ ଗାଁର ବୋଲି ସୂଚନା ମିଳିଛି । ଘଟଣାସ୍ଥଳରେ ନୂଆପଡା ଅଗ୍ନିଶମ ବିଭାଗ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି । କ୍ଷତିପୁରଣ ଦାବିରେ ନୂଆପଡା ବରଗଡ ରାସ୍ତା ଅବରୋଧ କରିଛନ୍ତି ସ୍ଥାନୀୟଲୋକେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.