Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୁନ୍ଦରଗଡ : ଭିଜିଲାନ୍ସ ପଞ୍ଝାରେ ସହକାରୀ ଯନ୍ତ୍ରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ପାରାଦୀପ : ପଶ୍ଚିମବଙ୍ଗରେ ମହିଳାଙ୍କୁ ଦୁଷ୍କର୍ମ ପରେ କରିଥିଲା ହତ୍ୟା, ପାରାଦୀପରୁ ହେଲା ଗିରଫ
  • ||
  • ଜାଗର ପ୍ରସ୍ତୁତି : ବାବା ଆଖଣ୍ଡଳମଣିଙ୍କ ପୀଠରେ ଲାଗିଲା କଟକଣା, ମାର୍ଚ୍ଚ ୧୦ରୁ ୨ଦିନ ଯାଏଁ ୧୪୪ ଧାରା
  • ||
  • JEE ମେନ୍ ରେଜଲ୍ଟ ପ୍ରକାଶିତ
  • ||
  • ଦେଶର ୪ଟି ସ୍ଥାନରେ ପ୍ରତିଷ୍ଠା ହେବ ଜାତୀୟ ଭୂତାଣୁ ବିଜ୍ଞାନ ସଂସ୍ଥାନ, ଭୁବନେଶ୍ଵରରେ ପ୍ରତିଷ୍ଠା କରିବାକୁ ସ୍ଵାସ୍ଥ୍ୟ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର
  • ||
  • ବଦଳିଲେ ପୋଲିସ କମିଶନର, ସୁଧାଂଶୁଙ୍କ ଜାଗା ନେଲେ ସୌମେନ୍ଦ୍ର ପ୍ରିୟଦର୍ଶୀ
  • ||
  • ବ୍ରହ୍ମପୁର : ଜମିଜମା ବିବାଦରୁ ବିଧବା ମହିଳାଙ୍କୁ ବୀଭତ୍ସ ହତ୍ୟା
  • ||
  • କଟକ : SCBରେ ମହିଳା ରୋଗୀଙ୍କ ଉପରେ ଖସିପଡିଲା ଫ୍ୟାନ୍, ଆଇସିୟୁରେ ଭର୍ତ୍ତି
  • ||
  • ଭୁବନେଶ୍ବର : ଆନ୍ତର୍ଜାତୀୟ ମହିଳା ଦିବସରେ ବିଜେଡିର ମହିଳା ସମାବେଶ, ମୁଖ୍ୟମନ୍ତ୍ରୀ କହିଲେ ମା’ମାନେ ଆଜନ୍ମ ନେତ୍ରୀ
  • ||
  • ଭୁବନେଶ୍ବର : ଗଠନ ହେଲା ୯ଜଣିଆ ଟାସ୍କ ଫୋର୍ସ, ଆୟତ୍ତ କରିବେ ନିଆଁ
  • ||

ଏଣିକି ସପ୍ତାହକୁ ୩ ଦିନ ଟିକାଦାନ : ସୋମ, ଗୁରୁ ଏବଂ ଶନିବାର ଦିଆଯିବ ଟିକା

22/01/2021 at 10:22 AM

ଭୁବନେଶ୍ବର ୨୨।୧: ଏଣିକି ସପ୍ତାହକୁ ୩ ଦିନ ଟିକାଦାନ । ସୋମ, ଗୁରୁ ଏବଂ ଶନିବାର ହେବ ରାଜ୍ୟରେ ଟିକାଦାନ । ଦୈନିକ ଟିକାକରଣରେ ବିଭିନ୍ନ କେନ୍ଦ୍ରରେ ଡାକ୍ତର, ସ୍ବାସ୍ଥ୍ୟକର୍ମୀ ନିୟୋଜିତ ହେବା ସହ ଟିକା ନେଉଥିବାରୁ ସ୍ବାସ୍ଥ୍ୟସେବା ପ୍ରଭାବତି ହେଉଛି । ତେଣୁ ଏଣିକୁ ସପ୍ତାହକୁ ୩ ଦିନି ଟିକାଦାନ କରିବାକୁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରାଳୟ ନିଷ୍ପତ୍ତି ନେଇଛି । ସପ୍ତାହରେ ସର୍ବାଧିକ ୪ ଦିନ ଏବଂ ସର୍ବନିମ୍ନ ୨ ଦିନ ଟିକାକରଣ କରାଯାଇ ପାରିବ । ଅନ୍ୟ ରାଜ୍ୟମାନଙ୍କ ପାଇଁ ମଧ୍ୟ ଭିନ୍ନ ଭିନ୍ନ ଦିନ ଧାର୍ଯ୍ୟ କରାଯାଇଛି ।

ଗୁରୁବାର ସୁଦ୍ଧା ରାଜ୍ୟରେ ୧ ଲକ୍ଷ ୧୧ ହଜାର ୯୫୩ ସ୍ବାସ୍ଥ୍ୟ କର୍ମୀଙ୍କୁ ଟିକା ଦିଆଯାଇ ସାରିଲାଣି । ପ୍ରଥମ ପର୍ଯ୍ୟାୟରେ ୧ ଲକ୍ଷ ୯୨ ହଜାର ସ୍ବାସ୍ଥ୍ୟକର୍ମୀଙ୍କୁ ଟିକା ଦେବାକୁ ଲକ୍ଷ୍ୟ ରଖାଯାଇଛି । ୨୫ ତାରିଖ ସୁଦ୍ଧା ଏହି ଲକ୍ଷ୍ୟ ପୂରଣ କରାଯିବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ପଞ୍ଚମ ଦିନ ଅର୍ଥାତ୍ ଗୁରୁବାର ରାଜ୍ୟରେ ସର୍ବାଧିକ ୪୪ ହଜାର ୪୮୦ ଜଣ ସ୍ବାସ୍ଥ୍ୟକର୍ମୀ ଟିକା ନେଇଛନ୍ତି । ସର୍ବାଧିକ ୧୨୧ ପ୍ରତିଶତ ଟିକାକରଣ ହୋଇଛି । ଗଂଜାମରେ ୧୩୩୫ ସ୍ବାସ୍ଥ୍ୟକର୍ମୀଙ୍କୁ ଟିକା ଦେବାକୁ ପ୍ରସ୍ତୁତି ହୋଇଥିବା ବେଳେ କର୍ମୀଙ୍କ ଉତ୍ସାହକୁ ଦେଖି ୩ ହଜାର ୭ ଶହ ୪୭ ଜଣ ଟିକା ନେଇଛନ୍ତି ।

ଶୁକ୍ରବାର ୧୩୭ଟି କେନ୍ଦ୍ରରେ ଟିକାଦାନ କରାଯାଉଛି । ୮ଟି ଜିଲ୍ଲା ଏବଂ ଭୁବେନଶ୍ବରରେ ଟିକାକରଣ ବନ୍ଦ ରହିବ । ଶୁକ୍ରବାର ୧୧ ହଜାର ୮୫୫ ଜଣଙ୍କୁ ଟିକା ଦେବାକୁ ଲକ୍ଷ୍ୟ ରଖାଯାଇଛି ।

   Related Posts