କୋଭିଡ୍ ନିୟମକୁ ବେଖାତିର : ହୋମ କ୍ୱାରେଣ୍ଟାଇନ୍‌ରେ ରହିବା ବଦଳରେ ଭୋଜି-ଭାତ, କରୋନା ସଂକ୍ରମିତ ରିପୋର୍ଟ ଆସିବା ପରେ ଗାଁ ସଟ୍‌ଡାଉନ୍‌

Published By : Prameya-News7 Bureau | July 05, 2020 IST

ଟାଙ୍ଗୀ ୦୫।୦୭ : ଖୋର୍ଦ୍ଧା  ଜିଲ୍ଲାରେ ଦିନକୁ ଦିନ ବଢିବାରେ ଲାଗିଛି କରୋନା  ସଂକ୍ରମିତଙ୍କ ସଂଖ୍ୟା । କୋଭିଡ -୧୯ର ମହାମାରୀ ନିଜର  କାୟା ମେଲାଇବାରେ ଲାଗିଛି । ଏହାକୁ ରୋକ୍ ଲଗାଇବା ପାଇଁ  ଜିଲ୍ଲା ପ୍ରଶାସନ ତରଫରୁ ଅନେକ ପଦକ୍ଷେପ  ଗ୍ରହଣ  କରାଯାଉଛି। ତଥାପି  ଲୋକେ ସଚେତନ ନହେବାରୁ  ପ୍ରଶାସନ ର ଟେନସନ୍ ବଢୁଛି । ଜଣେ କରୋନା ପଜିଟିଭ୍‌ ଚିହ୍ନଟ ଦୁଇଟି ଅଞ୍ଚଳକୁ ୩ ଦିନ ପାଇଁ ସଟ୍‌ଡାଉନ୍‌ ଘୋଷଣା କଲେ ସରପଞ୍ଚ

{"id":296085,"sizeSlug":"large"}

ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଭେଟେଶ୍ୱର ଗ୍ରାମ ପଞ୍ଚାୟତର ଜଣେ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ସ୍ଥାନୀୟ ପ୍ରଶାସନ ପାଇଁ ଚିନ୍ତା ବଢି ଯାଇଛି। ସଂକ୍ରମିତ ଵ୍ୟକ୍ତି ଜଣକ ଗତ ୧୧ ତାରିଖ ଦିନ କୋଏତ୍‌ରୁ  ଫେରି କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ରହିଥିଲେ , ପରେ ସେ ହୋମ କ୍ୱାରେଣ୍ଟାଇନ୍‌ ରେ ୭ ଦିନ ରହିବା କଥା । କିନ୍ତୁ ସେ ନରହି ସାଙ୍ଗ ସାଥୀ ମାନଙ୍କ ସହ ବିଭିନ୍ନ ସ୍ଥାନରେ ଭୋଜିଭାତ ଏବଂ ଅଂଚଳର ବହୁ ଲୋକଙ୍କ ସଂସ୍ପର୍ଶରେ ଆସିଥିଲେ ।

{"id":296086,"sizeSlug":"large"}

ସେହି ବ୍ୟକ୍ତି ଜଣଙ୍କ କରୋନା ଆକ୍ରାନ୍ତ ବୋଲି ଚିହ୍ନଟ ହୋଇଛନ୍ତି । କରୋନା ପିଜିଟିଭ୍‌ ଚିହ୍ନଟ ପରେ  ଗୋଷ୍ଠୀ ସଂକ୍ରମଣ ଆଶଙ୍କାରେ ଭେଟେଶ୍ୱର ପଞ୍ଚାୟତର ସରପଞ୍ଚ ଦୁଇଟି ଅଞ୍ଚଳକୁ  ୩ଦିନ ପାଇଁ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି । ଆସନ୍ତା ୦୬ ତାରିଖ ସକାଳ ୫ଟାରୁ ୦୯ତାରିଖ  ସକାଳ ୫ ଟା ପର୍ଯ୍ୟନ୍ତ ଅର୍ଥାତ ୩ ଦିନ ପାଇଁ ସଟ୍ ଡାଉନ ଘୋଷଣା କରିଛନ୍ତି। ଗାଁରେ ଅଖ-ଚକ ସଂପୂର୍ଣ୍ଣ ଭାବେ ବନ୍ଦ ରହିବ । ସଂପୃକ୍ତ ଅଞ୍ଚଳକୁ ସାନିଟାଇଜ୍ କରାଯିବା ସହିତ ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସମସ୍ତ ନିୟମକୁ କଡାକଡା ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯଦି କେହି ନିୟମ ନମାନନ୍ତି , ତେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନଷ୍ଠାନ ଗ୍ରହଣ କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.