ଜିଲ୍ଲାପାଳଙ୍କ କ୍ଷମତା ପ୍ରୟୋଗ କଲେ ସରପଞ୍ଚ , ପଞ୍ଚାୟତକୁ ୭୨ଘଣ୍ଟା ପାଇଁ ସଟ୍ଡାଉନ୍
5/08/2020 at 8:39 AM

ମୁନିଗୁଡ଼ା ୦୫।୦୮: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଛି । କରୋନା ସଂକ୍ରମଣ ଚେନ୍କୁ କିପରି ଭଙ୍ଗାଯିବ, ସେଥିପାଇଁ ଲକ୍ଡାଉନ୍ ଓ ସଟ୍ଡାଉନ୍ ଲାଗୁ କରାଯାଉଛି । ଯାହାଫଳରେ କି ସଂକ୍ରମଣରେ ରୋକ ଲାଗିପାରିବ । ତେବେ ରାୟଗଡା ଜିଲ୍ଲାରେ ଗତ କିଛି ଦିନ ହେଲା କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିଚାଲିଛି । କରୋନା ସଂକ୍ରମଣ ଦୃଷ୍ଟିକୁ ରଖି ଅମ୍ଲାଭଟ୍ଟା ପଞ୍ଚାୟତକୁ ସରପଞ୍ଚ ୩ଦିନ ପାଇଁ ସଟ୍ଡାଉନ୍ ଘୋଷଣା କରିଛନ୍ତି ।

ରାୟଗଡ଼ା ଜିଲ୍ଲାର ଚନ୍ଦ୍ରପୁର ବ୍ଲକ୍ ବ୍ୟତୀତ ଅନ୍ୟ ୧୦ଟି ବ୍ଲକ୍ରେ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ସେହିଭଳି ମୁନିଗୁଡା ବ୍ଲକରେ ଏପର୍ଯ୍ୟନ୍ତ ୫୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ କେବଳ ଅମ୍ଲାଭଟ୍ଟା ପଞ୍ଚାୟତରେ ୧୧ ଜଣ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ଜଣେ ୭୪ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ଘଟିଛି । ତେଣୁ ପଞ୍ଚାୟତର ସୁରକ୍ଷା ଦୃଷ୍ଟିରୁ ଅମ୍ଲାଭଟ୍ଟା ପଞ୍ଚାୟତକୁ ସରପଞ୍ଚ ଜିଲ୍ଲାପାଳଙ୍କ କ୍ଷମତା ପ୍ରୟୋଗ କରି ୩ ଦିନ ବା ୭୨ ଘଣ୍ଟା ପାଇଁ ସଟଡାଉନ୍ ଘୋଷଣା କରିଛନ୍ତି I ଏହି ସଟ୍ଡାଉନ୍ ସମୟରେ ଜରୁରୀ ସେବା ଜାରି ରହିବ । ତେବେ ଯଦି କେହି କଟକଣା ନମାନନ୍ତି, ତେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ଦ୍ଦେଶ ଦିଆଯାଇଛି ।