ବଢୁଛି ସଂକ୍ରମଣ : ୩ ଦିନ ପାଇଁ ବରଗଡ ଜିଲ୍ଲା ସଟ୍ଡାଉନ୍, ଜାରି ରହିବ ଜରୁରୀ ସେବା
1/08/2020 at 8:12 AM

ବରଗଡ଼ ୦୧।୦୮: କରୋନା ସଂକ୍ରମଣ ଚେନ୍ ଭାଙ୍ଗିବା ପାଇଁ ସରକାର ଓ ସ୍ଥାନୀୟ ପ୍ରଶାସନ ବିଭିନ୍ନ ପଦକ୍ଷେପ ନେଉଛନ୍ତି । ଆସନ୍ତା ୩ ଦିନ ପାଇଁ ବରଗଡ ଜିଲ୍ଲା ସଟଡାଉନ ଘୋଷଣ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଏପରି ପଦକ୍ଷେପ ନେଇଛି।

ବରଗଡ଼ରେ ଲାଗୁ ହୋଇଥିବା କଟକଣା ଆସନ୍ତା ସୋମବାର ଯାଏଁ ରହିବ । ଆଜିଠାରୁ ସୋମବାର ଯାଏ ସମଗ୍ର ଜିଲ୍ଲାରେ ସଟଡାଉନ କଟକଣା ଜାରି ରହିବ । ସକାଳ ୬ ଟାରୁ ୯ ଟା ପର୍ଯ୍ୟନ୍ତ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବ । ତେବେ ଖୋଲା ରହିବାକୁ ଥିବା ଦୋକାନଗୁଡିକ ପନିପରିବା, ଫଳମୂଳ, ପାଉଁରୁଟି ଓ ବିସ୍କୁଟ ଦୋକାନ ସହିତ ଔଷଧ ଦୋକାନ । ସେହିପରି ସଟଡାଉନରୁ ଜରୁରୀକାଳୀନ ସେବାକୁ ବାଦ ଦିଆଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୧୩ରେ ପହଞ୍ଚି ଥିବା ବେଳେ ସେମାନଙ୍କ ମଧ୍ୟରୁ ମୋଟ ୩୪୮ ଜଣ ସୁସ୍ଥ ହୋଇଛନ୍ତି । ସେହିପରି ଜଣଙ୍କର ମୃତ୍ୟୁ ହୋଇଯାଇଛି । ଏବେ ୬୪ ଜଣ ଚିକିତ୍ସାଧିନ ରହିଛନ୍ତି ।