ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ୍ ପ୍ରତିଷ୍ଠା ଦାବିରେ ଆଜିଠୁ ତିନି ଦିନ ଧରି ଅର୍ଥନୈତିକ ଅବରୋଧ

Published By : Prameya-News7 Bureau | January 07, 2019 IST

ସମ୍ବଲପୁର ୭|୧: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ୍ ପ୍ରତିଷ୍ଠା ଦାବିରେ ଚାଲିଥିବା ଆନ୍ଦୋଳନ ତୀବ୍ର ରୂପ ନେଇଛି । ଆଜିଠୁ ୯ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ଅର୍ଥନୈତିକ ଅବରୋଧ କରାଯିବ । ଅର୍ଥନୈତିକ ଅବରୋଧରେ ମୁଖ୍ୟତଃ ସମ୍ବଲପୁର, ଦେବଗଡ, ଝାରସୁଗୁଡା ଓ ସୁନ୍ଦରଗଡ ଜିଲ୍ଲାରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ଅର୍ଥନୈତିକ ଅବରୋଧ ଫଳରେ ଉଭୟ ରେଳ ଓ ସଡକ ପଥରେ ମାଲ୍ ପରିବହନ ସମ୍ବର୍ଣ୍ଣ ଠପ୍ ହେବ । ସକାଳ ୬ଟାରୁ ସଂଧ୍ୟା ୬ଟା ଯାଏଁ ଉଭୟ ରେଳ ଓ ସଡକ ପଥରେ ଖଣିଜଦ୍ରବ୍ୟ ଓ ଅନ୍ୟାନ ମାଲ୍ ପରିବହନକୁ ସଂପୂର୍ଣ୍ଣ ବନ୍ଦ ରହିବ । ଦୀର୍ଘ ୪ମାସ ହେଲା ଉଭୟ ବିଚାର ବିଭାଗ ଓ ପ୍ରଶାସନିକ କଳକୁ ଅଚଳ କରି ଆନ୍ଦୋଳନ ଚଳାଇଛନ୍ତି ହଜାର ହଜାର ଓକିଲ । ହେଲେ ଦାବି ପୂରଣ ଦିଗରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କାହାରି ତତ୍ପରତା ନାହିଁ । ଏହାର ପ୍ରତିବାଦରେ ଅର୍ଥନୈତିକ ଅବରୋଧ କରିବାକୁ ନିଷ୍ପତ୍ତି ନେଇଛି ପଶ୍ଚିମ ଓଡିଶା ଓକିଲ ସମୂହ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.