କାଲିଠାରୁ ବିଧାନସଭାର ୩ଦିନିଆ ସ୍ବତନ୍ତ୍ର ଅଧିବେଶନ, ୧ ତାରିଖରେ ନୂଆ ବାଚସ୍ପତି ନିର୍ବାଚନ

Published By : Prameya-News7 Bureau | May 29, 2019 IST

ଭୁବନେଶ୍ବର୨୯|୫: ଆସନ୍ତାକାଲିଠାରୁ ବିଧାନସଭାର ୩ଦିନିଆ ସ୍ବତନ୍ତ୍ର ଅଧିବେଶନ ଅନୁଷ୍ଠିତ ହେବ । ମେ ୩୦, ୩୧ ଓ ଜୁନ ୧ତାରିଖ ତିନିଦିନ ଧରି ଚାଲିବାକୁ ଥିବା ଅଧିବେଶନରେ ନବ ନିର୍ବାଚିତ ବିଧାୟକମାନେ ଶପଥ ନେବେ । ନବ ନିର୍ବାଚିତ ବିଧାୟକମାନଙ୍କୁ କାମଚଳା ବାଚସ୍ପତି ଶପଥ ପାଠ କରାଇବେ ।

ଜୁନ ୧ ତାରିଖ ଦିନ ନୂଆ ବାଚସ୍ପତି ନିର୍ବାଚନ ହେବ ବୋଲି ବିଧାନସଭା ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ସୂଚନାଯୋଗ୍ୟ ଯେ, ଏହି ଅଧିବେଶନ ପରେ ପୁଣି ଜୁନମାସ ଦ୍ବିତୀୟ ସପ୍ତାହ ବେଳକୁ ପୂର୍ଣ୍ଣଙ୍ଗ ଅଧିବେଶନ ବସିପାରେ । ଜୁନ ୧ତାରିଖରେ ବାଚସ୍ପତି ନିର୍ବାଚନ କେବଳ ଔପଚାରିକତା ଭିତ୍ତିରେ ହେବ । କାରଣ ବିଧାନସଭାରେ ବିଜେଡିର ୧୧୨ ସଦସ୍ୟ ରହିଛନ୍ତି ।

ବରିଷ୍ଠନେତା ତଥା ଦିଗପହଣ୍ଡି ବିଧାୟକ ସୂର୍ଯ୍ୟନାରାୟଣ ପାତ୍ରଙ୍କୁ ବାଚସ୍ପତି କରିବା ପାଇଁ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇସାରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଷୋଡଶ ବିଧାନସଭାରେ ବିଜେଡିର ୧୧୨ଜଣ ସଦସ୍ୟ ଥିବାବେଳେ ବିଜେପିର ୨୪, କଂଗ୍ରେସର ୯, ସିପିଏମର ୧ ଏବଂ ଜଣେ ସ୍ବାଧୀନ ସଦସ୍ୟ ଅଛନ୍ତି । ୧୪୭ ଆସନ ମଧ୍ୟରୁ ପଟକୁରା ଆସନ ପାଇଁ ନିର୍ବାଚନ ହୋଇନା

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.