Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଆଇଟିଇଆର କ୍ୟାମ୍ପସରେ ତିନି ଦିନିଆ ଆନ୍ତର୍ଜାତୀୟ ସ୍ବତନ୍ତ୍ର ଗଣିତ କର୍ମଶାଳା ହେଲା ଉଦଘାଟିତ, ଚାଲିବ ସୋମବାର ଯାଏଁ

20/07/2019 at 5:29 PM

ଭୁବନେଶ୍ବର୨୦|୭: ବର୍ତମାନର ବିଜ୍ଞାନ ଯୁଗରେ ଗଣିତ ହେଉଛି ‘ କୁଇନ ଅଫ ସାଇନ୍ସ ’ । ଶିକ୍ଷା ଓ ଅନୁସନ୍ଧାନ ଡିମ୍ଡ ଟୁ ବି ୟୁନିଭରସିଟି ଅଧିନସ୍ଥ ଆଇଟିଇଆର କ୍ୟାମ୍ପସ ପରିସରରେ ଆୟୋଜିତ ଗଣିତ ଉପରେ ତିନି ଦିନିଆ ଆନ୍ତର୍ଜତୀୟ ସ୍ବତନ୍ତ୍ର କର୍ମଶାଳାର ଉଦଘାଟନ ଉତ୍ସବରେ ଏଭଳି ମତ ପ୍ରକାଶ ପାଇଛି ।

 ଦୈନନ୍ଦିନ ଜୀବନରେ ଗଣିତର ଉପଯୋଗିତା ବହୁଳ ଭାବେ ରହିଛି । ସେ ଶିକ୍ଷା କ୍ଷେତ୍ର ହେଉ ଅବା ବାଣିଜ୍ୟ କ୍ଷେତ୍ର । ସବୁଠି ସବୁ ସମୟରେ ଗଣିତର ରହିଛି ପ୍ରାସଙ୍ଗିକତା । ପ୍ରାଥମିକ ବିଦ୍ୟାଳୟ ସ୍ତରରୁ ଆରମ୍ଭ କରି ବିଶ୍ବବିଦ୍ୟାଳୟ । ସେହିପରି ଇଞ୍ଜିନିୟରିଂ ଠୁ ଆରମ୍ଭ କରି ଏମବିଏ ଶିକ୍ଷା ପର୍ଯ୍ୟନ୍ତ ସବୁ ଶିକ୍ଷା କ୍ଷେତ୍ରରେ ଗଣିତର ଗରୁତ୍ବପୂର୍ଣ ଭୂମିକା ରହିଛି । କହିବା ପାଇଁ ଗଲେ ବର୍ତମାନର ବିଜ୍ଞାନ ଯୁଗରେ ଗଣିତ ହେଉଛି ‘ କୁଇନ ଅଫ ସାଇନ୍ସ ’ ।

ଶିକ୍ଷା ଓ ଅନୁସନ୍ଧାନ ଡିମ୍ଡ ଟୁ ବି ୟୁନିଭରସିଟି ଅଧିନସ୍ଥ ଆଇଟିଇଆର କ୍ୟାମ୍ପସ ପରିସରରେ ଗଣିତ ଉପରେ ଆୟୋଜିତ ତିନି ଦିନିଆ ଆନ୍ତର୍ଜତୀୟ ସ୍ବତନ୍ତ୍ର କର୍ମଶାଳାର ଉଦଘାଟନ ଉତ୍ସବରେ ଏଭଳି ମତ ପ୍ରକାଶ ପାଇଛି । ୟୁନିଭରସିଟିର ଡିପାର୍ଟମେଣ୍ଟ ଅଫ୍‌ ମେଥେମେଟିକ୍ସ ପକ୍ଷରୁ ଏହି ଆନ୍ତର୍ଜତୀୟ ସ୍ବତନ୍ତ୍ର କର୍ମଶାଳାରେ ‘ ନ୍ୟୁମେରିକାଲ ଆନାଲିସିସ ଆଣ୍ଡ ଡିଫେରେନସିଆଲ ଇକ୍ୟୁଏସନ ଉଇଥ ଆପଲିକେସନ ’ ବିଷୟ ବସ୍ତୁ ଉପରେ ବିଷଦ ଭାବେ ଆଲୋଚନା ହୋଇଥିଲା । ସୋଆର ଡିନ ରିସର୍ଚ ଆଣ୍ଡ ଡେଭଲପମେଣ୍ଟ ପ୍ରୋଫେସର ପି.କେ.ନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କର୍ମଶାଳାରେ ବିଶ୍ବର ବିଭିନ୍ନ ବିଶ୍ବ ବିଦ୍ୟାଳୟର ଗଣିତ ବିଷାରଦମାନେ ଯୋଗ ଦେଇଥିଲେ ।

ତିନି ଧରି ଅନୁଷ୍ଠିତ ହେବାକୁ ଥିବା ଏହି କର୍ମଶାଳାରେ ବିଶ୍ବର ବିଭିନ୍ନ ବିଶ୍ବ ବିଦ୍ୟାଳୟର ଗଣିତ ବିଶାରଦମାନେ ଯୋଗ ଦେଇଛନ୍ତି । ସେହିପରି ଗଣିତ ଉପରେ ରିସର୍ଚ କରୁଥିବା ଛାତ୍ରଛାତ୍ରୀମାନେ ମଧ୍ୟ ଏହି କର୍ମଶାଳାରେ ଯୋଗ ଦେଇଛନ୍ତି । ପାଖିପାଖି ଗଣିତ ଉପରେ ରିସର୍ଚ ହୋଇ ୫୨ଟି ଥେସିସ ଏହି କର୍ମଶାଳାରେ ସାମିଲ କରାଯାଇଛି । ଏହି ଥେସିସ ଉପରେ କର୍ମଶାଳାରେ ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା ହେବ ବୋଲି  ସୋଆର ଡିନ ରିସର୍ଚ ଆଣ୍ଡ ଡେଭଲପମେଣ୍ଟ ପି.କେ.ନନ୍ଦ କହିଛନ୍ତି ।

ଆଜିଠୁ ଆରମ୍ଭ ହୋଇଥିବା ଏହି କର୍ମଶାଳା ଆସନ୍ତା ସୋମବାର ଦିନ ଉଦଯାପିତ ହେବ । ପ୍ରତି ବର୍ଷ ପରି ଏ ବର୍ଷ ମଧ୍ୟ ଗଣିତ ଉପରେ ଆୟୋଜିତ ଏହି ବିଶ୍ବସ୍ତରୀୟ କର୍ମଶାଳା ରିସର୍ଚ କରୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ବେଶ ସହାୟକ ହେବ ।

   Related Posts