ବାପାର ଶବକୁ କାନ୍ଧରେ ମଶାଣିକୁ ବୋହି ନେଲେ ୩ ଝିଅ, ଦେଲେ ମୁଖାଗ୍ନି

Published By : Prameya-News7 Bureau | July 19, 2019 IST

ମାଲକାନଗିରି ୧୯|୭: ପୁଅ ନଥିବାରୁ ବାପାଙ୍କ ଶବକୁ କାନ୍ଧରେ ବୋହି ବୋହି ମଶାଣି ପର୍ଯ୍ୟନ୍ତ ନେଲେ ତିନି ଝିଅ । ମୁଖାଗ୍ନି ଠାରୁ ଆରମ୍ଭ କରି ସମସ୍ତ କ୍ରିୟା କର୍ମ ମଧ୍ୟ କରିଛନ୍ତି ୩ ଝିଅ ।

{"id":135256}

ସୂଚନାଯୋଗ୍ୟ ଯେ, ମାଲକାନଗିରି ଜିଲ୍ଲା ୧୧୯ କଲୋନୀରେ ଦେଖିବାକୁ ମିଳିଛି ଏମିତି ଏକ ଘଟଣା । କୋଲନୀର ସୁଶାନ୍ତ ପଟ୍ଟନାୟକ ନିଜ ସ୍ତ୍ରୀ ଓ ୩ ଝିଅଙ୍କୁ ନେଇ ପରିବାରରେ ରହୁଥିଲେ । ଏକ ଛୋଟ ସାଇକେଲ ଦୋକାନ କରି ନିଜ ପରିବାରକୁ ଚଳାଉଥିଲେ ସେ ।

{"id":135257}

ହେଲେ ଗତକାଲି ତାଙ୍କର ମୃତ୍ୟୁ ହେବା ପରେ ଶବକୁ କାନ୍ଧେଇ ଥିଲେ ତିନି ଝିଅ ସଶ୍ମିତା, ସଙ୍ଗିତା, ସମିତା ପଟ୍ଟନାୟକ । ହିନ୍ଦୁ ଧର୍ମରେ ବାପା ମାଆଙ୍କ ମୃତ୍ୟୁ ପରେ ପୁଅର ଅନେର ଦାୟିତ୍ବ ଥାଏ । ଶେଷ ସମୟରେ ମୁହଁରେ ମୁନ୍ଦାଏ ପାଣି ଦେବା ସହ ମୁଖାଗ୍ନ୍ନି ଓ ପିଣ୍ଡଦାନ ପରି ପୁଅର ଅନେକ ଗୁରୁଦାୟିତ୍ବ ରହିଛି ।

{"id":135258}

ହେଲେ ନିଜର ପୁଅ ନଥିବା ସୁଶାନ୍ତ ପଟ୍ଟନାୟକଙ୍କ କ୍ଷେତ୍ରରେ କିନ୍ତୁ କିଛି ଅଲଗା ଦେଖିବାକୁ ମିଳିଛି । ଝିଅ ମାନେ ବାପାଙ୍କ ସବୁ କ୍ରିୟା କର୍ମ କରି ସମାଜରେ ଏକ ଉଦାହରଣ ସୃଷ୍ଟି କରିଛନ୍ତି ।      

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.