Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୧୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ୫୯୪ କରୋନା ସଂକ୍ରମିତ, ୩୧୭୨୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍, ଦଳରେ ସାମିଲ ହେଲେ ଦ୍ରୁତ ବୋଲର ଟି. ନଟରାଜନ
  • ||
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ପୁରୀ : ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ, ସୁରକ୍ଷା ବଳୟରେ ଶ୍ରୀମନ୍ଦିର, ଦର୍ଶନ ପାଇଁ ଭକ୍ତ ବ୍ୟାକୁଳ
  • ||
  • ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ: ସୁରକ୍ଷା ବଳୟରେ ଶ୍ରୀମନ୍ଦିର, ଦର୍ଶନ ପାଇଁ ଭକ୍ତ ବ୍ୟାକୁଳ
  • ||
  • ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ : ଟସ୍ ଜିତିଲା ଅଷ୍ଟ୍ରେଲିଆ, ପ୍ରଥମେ କରିବ ବ୍ୟାଟିଂ
  • ||
  • ଚଳିତ ବର୍ଷ ବିନ୍ଦୁସାଗରରେ ଡଙ୍ଗା ଭସା ଉପରେ ରୋକ୍, ନିଷ୍ପତ୍ତି ନେଲା ବିଏମସି
  • ||

ଦୁଇଟି ଲୁଟ୍ ଘଟଣାରେ ସଂପୃକ୍ତ ୩ ଡକାୟତଙ୍କୁ ଗିରଫ କଲା ପୋଲିସ

8/02/2019 at 3:57 PM

ବ୍ରହ୍ମପୁର ୮|୨: ଦୁଇ ଦୁଇଟି ଡକାୟତି ଘଟଣାରେ ବ୍ରହ୍ମପୁର ପୋଲିସ ତିନି ଜଣଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ୬ହଜାର ଟଙ୍କା, ଗୋଟିଏ ମୋଟର ସାଇକେଲ୍, ମୋବାଇଲ୍ ଫୋନ୍, ସୁନା ଅଳଙ୍କାର, ଘଣ୍ଟା ଜବତ କରିଛି ପୋଲିସ । ଏ ନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବ୍ରହ୍ମପୁର ଅତିରିକ୍ତ ଏସପି ଶାନ୍ତୁନୁ ଦାସ।

ସୂଚନା ଅନୁସାରେ ଜାନୁୟାରୀ ମାସ ୩୧ ତାରିଖରେ ମାଙ୍ଗିଲାଲ୍ ରାଠୋଡ୍ ନରେନ୍ଦ୍ରପୁରଠାରୁ ବ୍ରହ୍ମପୁର ଫେରୁଥିଲେ । ଲାଞ୍ଜିପଲ୍ଲୀ ନିକଟ ଜାତୀୟ ରାଜପଥଠାରେ ତାଙ୍କୁ ଅଟକାଇ ୮ ହଜାର ଟଙ୍କା ଏବଂ ୧୦ ଗ୍ରାମ୍ ସୁନା ଅଳଙ୍କାର ଲୁଟି ନେଇଥିବା ନେଇ ବୈଦ୍ୟନାଥପୁର ଥାନାରେ ଅଭିଯୋଗ ହୋଇଥିଲା। ସେହିପରି ଚଳିତ ମାସ ୩ ତାରିଖରେ ଏସ୍. ସନ୍ତୋଷ ରେଡ୍ଡୀ ଖଜୁରିଆଠାରୁ ହଳଦିଆପଦର ଅଭିମୁଖେ ଆସୁଥିବା ବେଳେ ଜାତୀୟ ରାଜପଥ ନିକଟରେ ସମାନ ଢଙ୍ଗରେ ଦୁର୍ବୁତ୍ତମାନେ ତାଙ୍କୁ ଅଟକାଇ ସୁନା ଅଳଙ୍କାର ସହ ନଗଦ ୪ ହଜାର ଟଙ୍କା ଲୁଟି ନେଇଥିଲେ । ଏନେଇ ଗୋସାଣୀନୂଗାଁ ଥାନାରେ ଅଭିଯୋଗ କରିଥିଲେ। ଦୁଇଟି ଘଟଣାରେ ପୋଲିସ ତଦନ୍ତ କରି ତିନି ଡକାୟତଙ୍କୁ ଗିରଫ କରିଥିବା ଅତିରିକ୍ତ ଏସପି ଶାନ୍ତୁନୁ ଦାସ ସୂଚନା ଦେଇଛନ୍ତି।

   Related Posts