ରାଉରକେଲା ପୋଲିସ କବଜାରେ ୩ ଦୁର୍ଦ୍ଦାନ୍ତ ଅପରାଧୀ, ଦେଶୀ ବନ୍ଧୁକ ସହ ଗୁଳି ଓ ବୋମା ଜବତ

Published By : Prameya-News7 Bureau | October 11, 2021 IST

ରାଉରକେଲା ୧୧।୧୦: ପୂଜା ପୂର୍ବରୁ ୩ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗିରଫ କଲା ରାଉରକେଲା ପୋଲିସ । ୩ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ୩ଟି ଦେଶୀ ପିସ୍ତଲ, ୫୫ ରାଉଣ୍ଡ ଜୀବନ୍ତ ଗୁଳି, ୪ଟି ଅଫୁଟା ବୋମା, ମୋବାଇଲ, ଗୋଟିଏ କାର୍, ଦୁଇଟି  ଚୋରା ବାଇକ୍ ସହ ୫୦ ହଜାର ନଗଦ ଟଙ୍କା ଜବତ କରିଛି ପୋଲିସ ।

{"id":525557,"width":752,"height":414,"sizeSlug":"full","linkDestination":"none"}

ଗିରଫ ୩ ଅଭିଯୁକ୍ତ ହେଲେ  ବଣ୍ଟି ମହାନ୍ତି, ରୋନି ସ୍ବାଇଁ ଓ ଅମିତ ସାହୁ । ଏହି ୩ ଅଭିଯୁକ୍ତ ଗଞ୍ଜେଇ ବେପାର କରି ଚୋରା ପିସ୍ତଲ  କିଣିଥିଲେ । ବାଇକ୍ ଚୋରି କରି ପ୍ରତିଷ୍ଠିତ ବ୍ୟବସାୟୀଙ୍କୁ ଧମକ ଦେଇ ଦାଦାବଟି ଆଦାୟ କରୁଥିବା ନେଇ ରାଉରକେଲା ପୋଲିସ ପାଖରେ ଲିଖିତ ଅଭିଯୋଗ ହୋଇଥିଲା । ରାଉରକେଲା ପୋଲିସର ଏକ ସ୍ବତନ୍ତ୍ର ଟିମ୍ ନାଇଟ୍ ପାଟ୍ରୋଲିଂ ସମୟରେ ଜଲଡା ଅଂଚଳରୁ ଏହି ୩ ଅଭିଯୁକ୍ତ ଗିରଫ କରିଥିଲେ । ସେମାନଙ୍କଠାରୁ ସମସ୍ତ ତଥ୍ୟ ଓଗାଳିଛି ପୋଲିସ ।

{"id":525558,"width":752,"height":414,"sizeSlug":"full","linkDestination":"none"}

୩ ଅଭିଯୁକ୍ତଙ୍କ ବିରୋଧରେ ପୂର୍ବରୁ ଡକାୟତି, ରାହାଜାନି, ଲୁଟ୍ ଭଳି ସଙ୍ଗୀନ ମାମଲା ବିଭିନ୍ନ ଥାନାରେ ରହିଛି । ଏହି ତିନି ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧିବା ପରେ କୋର୍ଟ ଚାଲାଣ କରିଛି । ଏହାସହ ଘଟଣାର ଅଧିକ ତଦନ୍ତ ଜାରି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.