ଭିସୁଟର କୂଳପତି ସମେତ ୨ଛାତ୍ର କୋଭିଡ଼ ପଜିଟିଭ, ସଂଗରୋଧରେ ସମସ୍ତେ

Published By : Prameya-News7 Bureau | September 20, 2021 IST

ସମ୍ବଲପୁର ୨୦।୦୯: ଦୀର୍ଘଦିନ ପରେ ପୁଣି ଭିସୁଟକୁ ପଶିଲା କରୋନା । ବୁର୍ଲା ଭିସୁଟର କୂଳପତି ପ୍ରଫେସର ବଂଶୀଧର ମାଝି ଓ ୨ ଜଣ ଛାତ୍ର କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାପଡିଛି । ଏନେଇ ସୂଚନା ଦେଇଛନ୍ତି କୂଳପତି ପ୍ରଫେସର ବଂଶୀଧର ମାଝୀ ।

ସୂଚନା ଅନୁସାରେ ସଂକ୍ରମିତ  ୨ଜଣ ଛାତ୍ର ପୁଲହ ହଷ୍ଟେଲର ହୋଇଥିବା ବେଳେ ଏମାନଙ୍କୁ ସ୍ୱତନ୍ତ୍ର ଏକ କୋଠରୀରେ ସଂଗରୋଧରେ ରଖାଯାଇଛି । ସଂକ୍ରମିତ ଛାତ୍ରଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟ ଛାତ୍ରଙ୍କୁ ମଧ୍ୟ ସଂଗରୋଧରେ ରଖାଯିବା ସହ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ ହୋଇଛି । ତେବେ ଏହି ଘଟଣା ସାମ୍ନାକୁ ଆସିବା ପରେ ଭିସୁଟ ଛାତ୍ରଙ୍କ ମଧ୍ୟରେ ଭୟ ସଂଚାର ହେଲାଣି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.