Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ହାତ ଟେକିଦେଲେ ବାଚସ୍ପତି, କହିଲେ- ଯଦି ସବୁ ସଦସ୍ୟ ଗୃହ ଚଲାଇବାକୁ ପ୍ରସ୍ତୁତ ନୁହଁନ୍ତି, ତେବେ ମୁଁ କ’ଣ କରିବି ?
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ପ୍ରସଙ୍ଗ : ଆସନ୍ତା ୧୦ରେ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ
  • ||
  • ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର୍, ୧୦୪ ବର୍ଷରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ
  • ||
  • ଭୁବନେଶ୍ବର : ରିପୋର୍ଟ ଆସିବା ପରେ ନିୟମ ଅନୁସାରେ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ : ମନ୍ତ୍ରୀ ସୁଦାମ ମାରାଣ୍ଡି
  • ||
  • ଭୁବନେଶ୍ବର : ବିଡିଏ ଫେରାଇବ ସର୍ବକ୍ଷମା ଯୋଜନାର ଅଧିକ ଫାଇନ୍, ଆବେଦନର ଶେଷ ତାରିଖ ୧୦ ଡିସେମ୍ବର
  • ||
  • ଖୋର୍ଦ୍ଧା : ଭିଜିଲାନ୍ସ ହାତରେ ଧରାପଡିଲେ ନିର୍ବାହୀ ଯନ୍ତ୍ରୀ, ବିଲ୍ କରାଇ ଦେବାକୁ ଠିକାଦାରଙ୍କଠୁ ନେଉଥିଲେ ୧୦ ହଜାର
  • ||
  • ଟିଟିଲାଗଡ : ପୁରୀ-ଅଜମେର ଟ୍ରେନ୍‌ରେ ନିଆଁ, ଟ୍ରାକ୍‌ରେ ବ୍ରେକ୍ ଘସି ହୋଇ ଧୂଆଁ ବାହାରୁଥିଲା
  • ||
  • ରୋହିଙ୍ଗ୍ୟା ବିରୋଧୀ ହିଂସା ପାଇଁ ଫେସବୁକ ଦାୟୀ ! ୧୫୦ ବିଲିୟନ ପାଉଣ୍ଡର କ୍ଷତିପୂରଣ ଦେବାକୁ ମାମଲା
  • ||
  • କଳାହାଣ୍ଡି : ଇଚ୍ଛା ମୃତ୍ୟୁ ଆବେଦନକାରୀଙ୍କୁ ସାହା ହେଲା BSKY, ଯୋଜନାରେ ଆରମ୍ଭ ହେଲା ଚିକିତ୍ସା
  • ||
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||

ପରୀକ୍ଷଣ ପାଇଁ ୩ଟି କରୋନା ଟୀକା ପ୍ରସ୍ତୁତ, ପ୍ରି-କ୍ଲିନିକାଲ୍ ଷ୍ଟେଜରେ ୬୦ ଔଷଧ : WHO

7/04/2020 at 7:24 PM

ନୂଆଦିଲ୍ଲୀ୭/୪: ମହାମାରୀ କରୋନା ସାରା ବିଶ୍ବ କବଳିତ କରି ରଖିଥିବାବେଳେ ଏହାର ଟୀକା ଉଦ୍ଭାବନ ପାଇଁ ବିଶ୍ବର ବୈଜ୍ଞାନିକମାନେ ରାତିଦିନ ଲାଗିପଡିଛନ୍ତି । ଆମେରିକୀୟ କମ୍ପାନୀ ଇନୋଭିଓ ଫାର୍ମାସୁଟିକାଲ୍ସ କରୋନା ପାଇଁ ଏକ ଟୀକା ଉପରେ ଗବେଷଣା କରୁଛି । ମନୁଷ୍ୟଙ୍କ ଉପରେ ଏହାର ପ୍ରଥମ ପରୀକ୍ଷଣ କରାଯାଇଛି । ସେହିପରି ଅନ୍ୟ ଦୁଇଟି ଟୀକା ମନୁଷ୍ୟ ଶରୀରରେ ପରୀକ୍ଷଣ ପାଇଁ ପ୍ରସ୍ତୁତ ହୋଇଯାଇଥିବା ସୂଚନା ଦେଇଛି WHO ।

କେବେ ମିଳିବ କରୋନାରୁ ମୁକ୍ତି ? କେବେ ଆସିବ କରୋନା ଔଷଧ ? ଏହି ପ୍ରଶ୍ନକୁ ନେଇ ନ୍ୟୁୟର୍କରୁ ନୂଆଦିଲ୍ଲୀ ସବୁଠି ଚର୍ଚ୍ଚା । ବିଶ୍ବର ବହୁ ନାମିଦାମୀ ଫାର୍ମାସିଟିକାଲ କମ୍ପାନୀ କରୋନା ପ୍ରତିଶେଷଧକ ଔଷଧ ଉପରେ ଗବେଷଣା ଚଳାଇଛନ୍ତି। କିନ୍ତୁ ପ୍ରଡକ୍ଟ ବଜାରକୁ ଆସିନି । ଆଉ କେତେ ଦିନ ଅପେକ୍ଷା କରିବାକୁ ପଡିବ ତାହା ଜଟିଳ ପ୍ରଶ୍ନ ହୋଇଯାଇଛି । କିନ୍ତୁ ଖୁସିର ଖବର ହେଲା ଦୁଇଟି ଟିକା ଏବେ ମଣିଷ ଶରୀରରେ ପରୀକ୍ଷଣ ପାଇଁ ପ୍ରସ୍ତୁତ ହୋଇଗଲାଣି। କ୍ୟାନସିନୋ ବାୟୋଲୋଜିକାଲ ଇନ ଏବଂ ବେଜିଂ ଇନଷ୍ଟିଚ୍ୟୁଟ୍ ଅଫ୍ ବାୟୋଟେକ୍ନୋଲୋଜି ମିଳିତ ଭାବେ ଏହି ଟିକା ବିକାଶ କରିଛନ୍ତି । ଏହି ସୂଚନା ଦେଇଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ, WHO । ୨୦୧୭ରେ କ୍ୟାନସିନୋ ବାୟୋଲୋଜିକାଲ ଇନ ଇବୋଲା ଭ୍ୟାକସିନ୍ ପ୍ରସ୍ତୁତ କରିଥିଲା ।  

ସେହିପରି ଆମେରିକା ମଧ୍ୟ କରୋନା ଟିକା ପରୀକ୍ଷଣ ପାଇଁ ଜୋରଦାର ଉଦ୍ୟମ ଚଳାଇଛି। ପେନସିଲଭାନିଆସ୍ଥିତ ଏକ ବାୟୋଟେକ କମ୍ପାନି ଇନୋଭିଓ ଫାର୍ମାସୁଟିକାଲ୍ସ କରୋନା ପାଇଁ ଏକ ଟୀକା ଉପରେ ଗବେଷଣା କରୁଛି । ଏହାର ନାଁ ରଖାଯାଇଛି ଆଇଏନଓ-୪୮୦୦ । ସୋମବାର ମନୁଷ୍ୟଙ୍କ ଉପରେ ଏହାର ପ୍ରଥମ ପରୀକ୍ଷଣ କରିଛି । ଆଗକୁ କିଛି ସ୍ବେଚ୍ଛାସେବୀଙ୍କ ଉପରେ ଏହାର ପରୀକ୍ଷଣ କରାଯିବ। ଏହାସହ କରୋନା ପାଇଁ ପ୍ରାୟ ୬୦ ପ୍ରକାର ଔଷଧ ପ୍ରି-କ୍ଲିନିକାଲ୍ ଷ୍ଟେଜରେ ରହିଛି ।

ଭାରତର ସେରମ୍ ଇନଷ୍ଟିଚ୍ୟୁଟ୍, ଜିଡସ୍ କ୍ୟାଡିଲା ଏବଂ ଭରତ ବାୟୋଟେକ୍ ମଧ୍ୟ କୋଭିଡ-୧୯ ପ୍ରତିରୋଧକ ପାଇଁ ଔଷଧ ତିଆରିରେ ଲାଗି ପଡିଛନ୍ତି । କିନ୍ତୁ ବିଶେଷଜ୍ଞଙ୍କ ମତ ହେଲା ବଜାରକୁ ଏକ ଟିକା ଆସିବାକୁ ୧୨ ରୁ ୧୮ ମାସ ସମୟ ଲାଗିବ । କାରଣ ସାଧାରଣତଃ ପ୍ରି-କ୍ଲିନିକାଲ ଷ୍ଟେଜରେ ଥିବା ଭ୍ୟାକିସିନ୍ ମଣିଷ ଶରୀରରେ ପ୍ରୟୋଗ ପୂର୍ବରୁ ପ୍ରଥମେ ଛୋଟ ଏବଂ ପରେ ବଡ ପଶୁଙ୍କ ଦେହରେ ପରୀକ୍ଷଣ କରାଯାଇଥାଏ ।  ଏବେ ଅପେକ୍ଷା କେବେ ବଜାରକୁ ଆସିବ କରୋନା ଔଷଧ, ଆଉ ଏହି ମହାମାରୀକୁ ମାତ୍ ଦେବ ବିଶ୍ବ ।

   Related Posts