ଆସିଲା ୩ କରୋନା ଆକ୍ରାନ୍ତଙ୍କ ତଥ୍ୟ : ଝାରସୁଗୁଡାର ଜଣେ , ଗଞ୍ଜାମ ୨ଜଣ

Published By : Prameya-News7 Bureau | May 03, 2020 IST

ଭୁବନେଶ୍ୱର ୦୩।୦୫: ରାଜ୍ୟରେ ଆଜି ସକାଳ ସମୟରେ ୩ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରିତକଙ୍କ ସଂଖ୍ୟା ୧୬୦ରେ ପହଞ୍ଚିଛି । ତେବେ ସକାଳ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨ଜଣ ଗଞ୍ଜାମ ଜିଲ୍ଲାର ଓ ଜଣେ ଝାରସୁଗୁଡା ଜିଲ୍ଲାର ବୋଲି ଜଣାପଡିଛି । ଏନେଇ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସଂପର୍କ ବିଭାଗ ଟ୍ୱିଟ୍‌ କରି ସୂଚନା ପ୍ରଦାନ କରିଛନ୍ତି ।

wp:core-embed/twitter {"url":"https://twitter.com/IPR_Odisha/status/1256782688951943169","type":"rich","providerNameSlug":"twitter","className":""}
https://twitter.com/IPR_Odisha/status/1256782688951943169
/wp:core-embed/twitter

ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସଂପର୍କ ବିଭାଗ ଅନୁସାରେ , ଆଜି ଚିହ୍ନଟ ହୋଇଥିବା ୩ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ଝାରସୁଗୁଡା ଓ ୨ଜଣ ଗଞ୍ଜାମ ଜିଲ୍ଲାର ବୋଲି ଜଣାପଡିଛି। ତେବେ ଗଞ୍ଜାମରୁ ଚିହ୍ନଟ ହୋଇଥିବା ୨ଜଣ କରୋନା ସଂକ୍ରମିତ ପୁରୁଷ ଏବଂ ସେମାନଙ୍କ ବୟସ ଯଥାକ୍ରମେ ୧୭ବର୍ଷ ଓ ୨୨ବର୍ଷ ବୋଲି ଜଣାପଡିଛି । ଉଭୟ କିଛି ଦିନ ତଳେ ସୁରଟରୁ ଫେରିଥିଲେ ବୋଲି ସୂଚନା ରହିଛି । ସେହିପରି ରାଜ୍ୟରେ ଆଜି ସକାଳ ସମୟରେ ଚିହ୍ନଟ ହୋଇଥିବା ଆଉ ଜଣେ କରୋନା ପଜିଟିଭ୍‌ ଝାରସୁଗୁଡା ଜିଲ୍ଲାର ବୋଲି ଜଣାପଡିଛି । ଝାରସୁଗୁଡାରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ବୟସ ୪୦ବର୍ଷ ଏବଂ ସେ ଜଣେ ମହିଳା ବୋଲି ଜଣାପଡିଛି।

{"id":263792,"width":570,"height":857,"sizeSlug":"large"}

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧୬ଜିଲ୍ଲାକୁ କରୋନା ସଂକ୍ରମଣ ହୋଇସାରିଲାଣି । ତେବେ ଆଜି କରୋନା ମ୍ୟାପ୍‌ରେ ଗଞ୍ଜାମ୍ ଜିଲ୍ଲା ସାମିଲ ହୋଇଯାଇଛି । ସେହିପରି ପୂର୍ବରୁ ଝାରୁସୁଗୁଡା ଜିଲ୍ଲାରେ ଜଣେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ଝାରସୁଗୁଡା ଜିଲ୍ଲାରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ରେ ପହଞ୍ଚିଛି ।

ରାଜ୍ୟରେ ସର୍ବାଧିକ କରୋନା ଆକ୍ରାନ୍ତ ବର୍ତ୍ତମାନ ସୁଦ୍ଧା ଯାଜପୁର ଜିଲ୍ଲାରେ ଚିହ୍ନଟ ହୋଇଛନ୍ତି । ଯାଜପୁର ଜିଲ୍ଲାରେ ୪୮ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଜଣେ ଆକ୍ରାନ୍ତ ସୁସ୍ଥ ହୋଇସାରିଛନ୍ତି । ବର୍ତ୍ତମାନ ଜିଲ୍ଲାରେ ୪୭ଟି ଆକ୍ଟିଭ୍‌ କେସ୍‌ ରହିଛି । ସେହିପରି ଆକ୍ରାନ୍ତଙ୍କ ତାଲିକାରେ ୨ୟ ସ୍ଥାନରେ ଖୋର୍ଦ୍ଧା ଜିଲ୍ଲା ରହିଛି । ଏପର୍ଯ୍ୟନ୍ତ ଖୋର୍ଦ୍ଧା ଜିଲ୍ଲାରେ ୪୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୧ଜଣ ସୁସ୍ଥ ହୋଇସାରିଥିବା ବେଳେ ୧୫ଟି ଆକ୍ଟିଭ କେସ୍‌ ରହିଛି । ଜିଲ୍ଲାରେ ଜଣେ ମାତ୍ର ବ୍ୟକ୍ତିଙ୍କ କରୋନା ଜନିତ ମୃତ୍ୟୁ ହୋଇଛି । ତାଲିକାରେ ତଳକୁ ବାଲେଶ୍ୱର ଜିଲ୍ଲା ରହିଛି । ଜିଲ୍ଲାରେ ବର୍ତ୍ତମାନ ପର୍ଯ୍ୟନ୍ତ ୨୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩ଜଣ ସୁସ୍ଥ ହୋଇସାରିଥିବା ବେଳେ ୧୭ଟି ଆକ୍ଟିଭ୍‌ କେସ୍‌ ରହିଛି । ତାଲିକାରେ ଚତୁର୍ଥ ସ୍ଥାନରେ ଭଦ୍ରକ ରହିଛି । ଭଦ୍ରକ ଜିଲ୍ଲାରେ ୧୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୯ଜଣ ସୁସ୍ଥ ହୋଇସାରିଥିବା ବେଳେ ୧୦ଟି ଆକ୍ଟିଭ୍‌ କେସ୍‌ ରହିଛି । ସେହିପରି ତାଲିକା ସୁନ୍ଦରଗଡ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୧୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫ଜଣ ସୁସ୍ଥ ହୋଇଛନ୍ତି । ଏବଂ ୫ଟି ଆକ୍ଟିଭ୍‌ କେସ୍‌ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.