Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନାକରେ ବୁଷ୍ଟର ଡୋଜ୍ ପରୀକ୍ଷଣକୁ ଡିସିଜିଆଇର ମଞ୍ଜୁରୀ, ଭାରତ ବାୟୋଟେକ୍ କରିବ କ୍ଲିନିକଲ ଟ୍ରାଏଲ
  • ||
  • ରାଜ୍ୟରେ ଆଉ ୧୦ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୬୦କୁ ବୃଦ୍ଧି
  • ||
  • ରାଜ୍ୟରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୦୫୭ କୋଭିଡ୍ ପଜିଟିଭ୍, ୧୨୩୬୨୨୬ରେ ପହଞ୍ଚିଲା ସଂଖ୍ୟା
  • ||
  • ପାକିସ୍ତାନ: ବଲୁଚିସ୍ତାନ ଚେକ୍ ପୋଷ୍ଟ ଉପରେ ଆତଙ୍କୀ ହମଲା, ୧୦ ସୈନିକଙ୍କ ମୃତ୍ୟୁ
  • ||
  • ରାଉରକେଲା : ଭିଜିଲାନ୍ସ ଜାଲରେ ଲ୍ୟାମ୍ପ୍ସ ଏମ୍‌ଡି, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଭି. ଅନନ୍ତ ନାଗେଶ୍ୱରନ ହେବେ ଭାରତର ଆଗାମୀ ମୁଖ୍ୟ ଆର୍ଥିକ ପରାମର୍ଶଦାତା, ଅତିଶୀଘ୍ର ଘୋଷଣା କରିପାରନ୍ତି ସରକାର
  • ||
  • ସୋର : ଦେଶୀ ମଦ ଦୋକାନରେ ପଶି କର୍ମଚାରୀଙ୍କୁ କଟୁରୀରେ ହାଣିଲେ ଦୁର୍ବୃତ୍ତ, ଛଡାଇନେଲେ ୭୦ହଜାର ଟଙ୍କା
  • ||
  • କଣ୍ଟାବାଞ୍ଜି : ଚାଲାଣ ବେଳେ ୧୪ ଶ୍ରମିକ ଉଦ୍ଧାର, ଷ୍ଟେସନ ଯିବା ବାଟରେ ଧରିଲା ପୋଲିସ
  • ||
  • ରାଜ୍ୟରେ ୩ ଦିନ ଯାଏଁ ହାଡଭଙ୍ଗା ଶୀତ, ୬ ଜିଲ୍ଲା ବେଶୀ ଥରିବ
  • ||

ସୀମାରେ ପାକିସ୍ତାନର ଗୁଳି ଓ ମୋର୍ଟାର ମାଡ, ୩ ନାଗରିକ ମୃତ

12/04/2020 at 7:39 PM

ଜାମ୍ମୁ ୧୨।୦୪: ସମଗ୍ର ଦୁନିଆ କରୋନା ଭାଇରସ୍‌ ସହ ସଂଘର୍ଷ କରୁଥିବା ବେଳେ ଅନ୍ୟପଟେ ଆତଙ୍କର ଆଶ୍ରୟସ୍ଥଳୀ ପାକିସ୍ତାନ ନିଜର ହୀନ କାର୍ଯ୍ୟରୁ ନିବୃତ୍ତ ହେଉନାହିଁ। ଏହି କ୍ରମରେ ଜାମ୍ମୁ-କାଶ୍ମୀରର କୁପଓ୍ଵାଡା ଜିଲ୍ଲାର ରଙ୍ଗଓ୍ଵାର ଇଲାକାରେ ପାକିସ୍ତାନ ପକ୍ଷରୁ ଅକାରଣେ ହୋଇଥିବା ଗୁଳିମାଡରେ ତିନି ଜଣ ନାଗରିକଙ୍କ ମୃତ୍ୟୁ ଘଟିଛି। କିଛି ଦିନ ପୂର୍ବରୁ ପାକିସ୍ତାନ କ୍ରମାଗତ ବିନା କାରଣରେ ସୀମା ସଂଲଗ୍ନ ଜନବହୁଳ ଅଞ୍ଚଳ ଏବଂ ସେନା ଶିବିରକୁ ଟାର୍ଗେଟ୍ କରି ଗୁଳିମାଡ କରୁଛି।

ଏହା ପୂର୍ବରୁ ଜାମ୍ମୁ-କାଶ୍ମୀରର ପୁଞ୍ଝ ଓ କଠୁଆ ଜିଲ୍ଲାର ନିୟନ୍ତ୍ରଣ ରେଖା(LOC) ଓ ଅନ୍ତରାଷ୍ଟ୍ରୀୟ ସୀମା ନିକଟରେ ପାକିସ୍ତାନୀ ସେନା ଅକାରଣେ ଗୁଳି ଓ ମୋର୍ଟାର ମାଡ କରିଛନ୍ତି। ଏଥିରେ ଜଣେ ୪୫ ବର୍ଷୀୟ ମହିଳା ଆହତ ହୋଇଥିଲେ। ଅଧିକାରୀ ରବିବାର ଏହି ସୂଚନା ଦେଇଛନ୍ତି।

ପ୍ରତିରକ୍ଷା ମୁଖପାତ୍ର କହିଛନ୍ତି ଯେ, ଆଜି ସୀମାରେ ଅପରାହ୍ନ ୧ଟା ୪୦ ମିନିଟରେ ନିୟନ୍ତ୍ରଣ ରେଖା ସଂଲଗ୍ନ କସବା ଓ କେରନ ସେକ୍ଟରରେ ଗୁଳି ମାଡ ଆରମ୍ଭ ହୋଇଥିଲା, ଯାହାର ଭାରତୀୟ ସେନା ମୁହଁତୋଡ ଜବାବ ଦେଇଛନ୍ତି। ସେ କହିଛନ୍ତି ଯେ, ପାକିସ୍ତାନ ଅସ୍ତ୍ର ବିରତି ଉଲ୍ଲଂଘନ ଆରମ୍ଭ କରିଥିଲା। ଦୁଇ ସେନା ମଧ୍ୟରେ ଦୀର୍ଘ ସମୟ ଧରି ଗୁଳି ବିନିମୟ ଜାରି ରହିଥିଲା।

   Related Posts