କରୋନା ସଂକ୍ରମଣ ରୋକିବାକୁ ବଡ ନିଷ୍ପତ୍ତି : ଆଜିଠୁ ସପ୍ତାହକ ପାଇଁ ଝାରସୁଗୁଡା, ବ୍ରଜରାଜନଗର ଓ ବେଲପାହାଡ ସହର ସଟ୍ ଡାଉନ୍

Published By : Prameya-News7 Bureau | September 26, 2020 IST

ଝାରସୁଗୁଡା ୨୬।୯: ସଂକ୍ରମଣ ରୋକିବାକୁ ସଟ୍ ଡାଉ୍ । ଝାରସୁଗୁଡା ସହର ସମେତ ଜିଲ୍ଲାର ପ୍ରମୁଖ ସହର ବ୍ରଜରାଜନଗର ଓ ବେଲପାହାଡକୁ ଆଜିଟୁ ସପ୍ତାହକ ପାଇଁ ସଟଡାଉନ୍ ଘୋଷଣା କରାଯାଇଛି । ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇ ଝାରସୁଗୁଡା ବ୍ୟବସାୟୀ ସଂଘ ।

ଝାରସୁଗୁଡା ଜିଲ୍ଲାରେ ଗତ ଦୁଇ ସପ୍ତାହ ହେଲା ପ୍ରତିଦିନ ଶତାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ବର୍ତ୍ତମାନ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ ହଜାର ଛୁଇଁଥିବା ବେଳେ ଆଗକୁ ଏହି ସଂଖ୍ୟା ଆହୁରି ବଢିବା ସମ୍ଭାବନା ରହିଛି।

ଏଭଳି ପରିସ୍ଥିତିରେ ନିଜ ପରିବାରକୁ ସୁରକ୍ଷିତ ରଖିବା ସହ ଜିଲ୍ଲାରେ କରୋନା ଚେନ୍ ଭାଙ୍ଗିବାକୁ ଚ୍ୟାମ୍ବର ଅଫ୍ କମର୍ସ ପକ୍ଷରୁ ପ୍ରୟାସ କରାଯାଇଛି । ଆଜିଠାରୁ ଆସନ୍ତା ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ୭ ଦିନ ପାଇଁ ସମସ୍ତ ଦୋକାନ ବଜାର ବନ୍ଦ ରଖିବା ସହ ଜିଲ୍ଲାବାସୀ ଅତି ଆବଶ୍ୟକ ନହେଲେ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.