ଏକ୍ସପାୟରୀ ମେଡିସିନ୍ ଖାଇ ୩ ଶିଶୁ ଗୁରୁତର
24/12/2018 at 11:02 AM

କେନ୍ଦ୍ରାପଡା ୨୪|୧୨: ଏକ୍ସପାୟରୀ ମେଡିସିନ୍ ଖାଇ ୩ ଜଣ ଶିଶୁ ଗୁରୁତର ହୋଇଛନ୍ତି ।ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଥାନା ଖରନାସୀ ଗାଁରେ । ଗୁରୁତର ଶିଶୁମାନଙ୍କୁ ପ୍ରଥମେ କେନ୍ଦ୍ରାପଡ଼ା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ସେମାନଙ୍କ ମଧ୍ୟରେ ଜଣେ ପାଞ୍ଚ ବର୍ଷର ଶିଶୁ ଥିବାବେଳେ ଅନ୍ୟ ଜଣେ ୩ ବର୍ଷର ଏବଂ ଜଣେ ବର୍ଷକର ଶିଶୁ ଅଛନ୍ତି । ସେମାନେ ଘର ନିକଟରେ ଖେଳୁଥିବା ବେଳେ ସେଠାରେ ପଡ଼ିଥିବା କିଛି ଏକ୍ସପାୟରୀ ମେଡିସିନ୍ ଖାଇଦେଇଥିଲେ ।
Related Posts
ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଆକ୍ରମଣ ଉଦ୍ୟମ
17 January 2021
ହାରୁଛି କରୋନା, ଜିତୁଛି ଓଡ଼ିଶା: ସୁସ୍ଥ ହେଲେ ଆଉ ୨୨୦ ସଂକ୍ରମିତ
17 January 2021
୨୫ ହଜାର ପ୍ୟାକେଟ୍ ନକଲି ସର୍ଫ ଜବତ ମାମଲା, ୨ ବ୍ୟବସାୟୀ ଗିରଫ
17 January 2021