ସାପ କାମୁଡାରେ ମା’ର ମୃତ୍ୟୁ ପରେ ବେସାହାର ହୋଇପଡିଛନ୍ତି ୩ ପିଲା, ସ୍ତ୍ରୀଙ୍କ ପୋଷ୍ଟମର୍ଟମ ରିପୋର୍ଟ ପାଇଁ ଉଭୟ ଡାକ୍ତର ଓ ପୋଲିସ ବାବୁ ଲାଞ୍ଚ ମାଗୁଥିବା ଅଭିଯୋଗ

Published By : Prameya-News7 Bureau | June 28, 2019 IST

ବୌଦ୍ଧ ୨୮|୬: କେନ୍ଦୁପତ୍ର ଫଡିରେ କାମ କରୁଥିବା ମା’ର ସାପ କାମୁଡାରେ ମୃତ୍ୟୁ ହେବାପରେ ବେସାହାରା ହୋଇପଡିଛନ୍ତି ୩ ଶିଶୁ । ଦିନ ମଜୁରିଆ ବାପା ପାଇଁ ୩ ଶିଶୁଙ୍କ ଲାଳନପାଳନ କାଷ୍ଟସାଧ୍ୟ ହୋଇଥିବା ବେଳେ ସରକାରୀ ସାହାଯ୍ୟ ହିଁ ଏକମାତ୍ର ଭରସା । ହେଲେ ସ୍ତ୍ରୀଙ୍କ ପୋଷ୍ଟମର୍ଟମ ରିପୋର୍ଟ ପାଇଁ ଉଭୟ ଡାକ୍ତର ଓ ପୋଲିସ ବାବୁ ଲାଞ୍ଚ ମାଗୁଥିବା ଅଭିଯୋଗ ହୋଇଛି ।

{"id":128164}

ବୌଦ୍ଧ ଜିଲ୍ଲା କଂଟାମାଳ ବ୍ଲକ୍ କଲରାକୋଠା କେନ୍ଦୁପତ୍ର ଫଡିଘରେ ଗତ ୧୮ ତାରିଖରେ କାମ କରୁଥିବା ବେଳେ ମହିବିଲା ଗାଁର ପାର୍ବତୀ ଭୋଇଙ୍କର ସାପ କାମୁଡାରେ ମୃତ୍ୟୁ ହୋଇଛି । ତାଙ୍କ ମୃତୁୟ ପରେ ଏବେ ବେସାହାରା ହୋଇପଡିଛନ୍ତି ୩ ଶିଶୁ ଲକ୍ଷ୍ମୀକାନ୍ତ, ସୀତାକାନ୍ତ ଓ ୬ ମାସର ଶିଶୁ ହେମଲତା । ବାପା ଜଗଦୁ ଦିନ ମଜୁରିଆ ହୋଇଥିବାରୁ ୩ ଶିଶୁଙ୍କ ଲାଳନପାଳନ ଠିକ୍ ରେ କରିପାରନ୍ତି ନାହିଁ । ଦଇବ ଏମାନଙ୍କ ମୁଣ୍ଡ ଉପରୁ ମା’ର ପଣତକୁ ଛଡାଇନେଇଛି । ୬ ମାସର ଶିଶୁ ମା’ର କ୍ଷୀର ପାଇଁ କାନ୍ଦବୋବାଳି କରୁଛି । ମା ଛେଉଣ୍ଡ ଏହି ପିଲାମାନଙ୍କ ସୁରକ୍ଷିତ ଭବିଷ୍ୟତ ପାଇଁ ସରକାର କିଛି ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ଦାବି ହୋଇଛି ।                

{"id":128165}

ସ୍ତ୍ରୀର ମୃତ୍ୟୁ ପରେ ଦୂର୍ବିସହ ହୋଇପଡିଛି ଜଗଦୁଙ୍କ ପରିବାରର ଅବସ୍ଥା । ଭଙ୍ଗା ଦଦରା କୁଡିଆରେ ୩ ଶିଶୁଙ୍କୁ ନେଇ ଜୀବନ କାଟୁଛନ୍ତି । ସେପଟେ ବିଷକ୍ରିୟାରେ ମୃତ୍ୟୁ ହୋଇଥିବାରୁ ସୋନପୁର ଡାକ୍ତରଖାନାରେ ପାର୍ବତୀଙ୍କ ଶବ ବ୍ୟବଚ୍ଛେଦ କରାଯାଇଥିଲା ।  ହେଲେ ପରିବାର ଲୋକଙ୍କୁ ଏଯାଏଁ ପୋଷ୍ଟମର୍ଟମ ରିପୋର୍ଟ ମିଳିପାରି ନାହିଁ । ଫଳରେ ପାର୍ବତୀଙ୍କ ପରିବାର ସରକାରଙ୍କ ଅନୁକମ୍ପା ରାଶି ପାଇବାରୁ ବଂଚିତ ହୋଇଛନ୍ତି । ରିପୋର୍ଟ ମାଳିବା ପରେ କେନ୍ଦୁପତ୍ର ବିଭାଗ ତରଫରୁ ସମସ୍ତ ସୁବିଧା ଓ ଅନୁଂପା ରାଶି ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ଦେଇଛନ୍ତି ବିଭାଗୀୟ ଅଧିକାରୀ ।

{"id":128166}

ସେପଟେ ପୋଷ୍ଟମର୍ଟମ ରିପୋର୍ଟ ପାଇଁ ବାରମ୍ବାର ସୋନପୁର ଡାକ୍ତରଖାନା ଓ ପୋଲିସ ଥାନାକୁ ଦୌଡିବାକୁ ପଡୁଥିବା ବେଳେ ପୋଲିସ ବାବୁ ଓ ଡାକ୍ତର ଜଗଦୁଙ୍କ ଠାରୁ ଲାଂଚ ମାଗୁଥିବା ସଙ୍ଗୀନ ଅଭିଯୋଗ ହୋଇଛି । ପ୍ରଥମେ ରିପୋର୍ଟ ପାଇଁ ୧୨ ଶହ ଟଙ୍କା ମାଗିଥିବା ବେଳେ ଏବେ ଆାହୁରି ଅଧିକ ଟଙ୍କା ଡାକ୍ତରବାବୁ ମାଗୁଥିବା କହିଛନ୍ତି ନଗୋସିଏଟ କରୁଥିବା ସୋନପୁର ଥାନାର ପୋଲିସ ବାବୁ ।

{"id":128168}

ପାର୍ବତୀଙ୍କ ମୃତ୍ୟୁ ପରେ ଅନୁକଂପା ରାଶି ସହାୟତାରେ ପିଲାଙ୍କ ଭବିଷ୍ୟତ ଗଢିବାର ସ୍ବପ୍ନ ଉପରେ ମଧ୍ୟ ଭାଗ ପକାଉଛନ୍ତି ଡାକ୍ତର ଓ ପୋଲିସ । ତେବେ ଏହି ଘଟଣାର ତଦନ୍ତ ହୋଇ ପାର୍ବତୀଙ୍କ ପରିବାରରୁ ନ୍ୟାୟ ଦେବା ପାଇଁ ସାଧାରଣରେ ଦାବି ହୋଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.