Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ପହଞ୍ଚିଲା ଓମିକ୍ରନ୍‌ ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ
  • ||
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||

ସ୍ତ୍ରୀଙ୍କ ମୃତ୍ୟୁର ବର୍ଷେ ପରେ କାରୋନା ନେଇଗଲା ଭିଡିଓ ଅଟୋବାଲାଙ୍କ ଜୀବନ, ଅନାଥ ହୋଇଗଲେ ତିନି ପିଲା

13/06/2021 at 3:05 PM

ଭଦ୍ରକ ୧୩।୬: ଦାଣ୍ଡରେ ବୃଦ୍ଧ ଦମ୍ପତ୍ତିଙ୍କ ଆକୁଳ ନିବେଦନ । ମୋତେ ଟିକିଏ ସାହାଯ୍ୟ କର, ବାବୁ ମୋ ଗୁହାରି ଟିକେ ଶୁଣ, ମୋ ନାତି ନାତୁଣୀଙ୍କ ପାଇଁ ଦୟାକର । ଏଭଳି ଏକ କରୁଣ ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ନନ୍ଦପୁର ଗ୍ରାମରେ । ଏହି ଗ୍ରାମର ଶୁକଦେବ ନାଥ,  ପତ୍ନୀ , ଏକ ମାତ୍ର ପୁଅ ମନୋଜ, ଦୁଇ ନାତୁଣୀ, ନାତିକୁ ନେଇ ତାଙ୍କ ପରିବାର । ଏକ ମାତ୍ର ରୋଜଗାରିଆ ପୁଅ ମନୋଜ ଅଟୋ ଚଳାଇ ପରିବାରର ଭରଣପୋଷଣ କରୁଥିବା ବେଳେ ଲୋକେ ତାଙ୍କୁ ଭିଡିଓ ଅଟୋବାଲା ବୋଲି ଜାଣନ୍ତି ।

କିଛି ଦିନ ତଳେ କରୋନାରେ ଆକ୍ରାନ୍ତ ହୋଇ ଭଦ୍ରକ କୋଭିଡ୍ କେୟାର ସେଣ୍ଟରରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ । ତେବେ ଚିକିତ୍ସାଧୀନ ଅବସ୍ଥାରେ ଚଳିତ ମାସ ଗତ ୩ ତାରିଖ ଦିନ ମନୋଜଙ୍କ ମୃତ୍ୟୁ ହୋଇଥିଲା । ତେବେ ତାଙ୍କ ମରଶରୀରକୁ ଗାଁକୁ ନ ଆଣି ଜିଲ୍ଲା ପ୍ରଶାସନ ପକ୍ଷରୁ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା । ଏଭଳି ଖବର ସମ୍ପୃକ୍ତ ଅଞ୍ଚଳରେ ଶୋକର ଛାୟା ଖେଳାଇଦେଇଥିବା ବେଳେ, ଏକ ମାତ୍ର ପୁଅକୁ ହରାଇ ବୃଦ୍ଧ ଦମ୍ପତ୍ତି ଦୁଃଖରେ ମ୍ରିୟମାଣ ହୋଇପଡିଛନ୍ତି ।

ପୂର୍ବରୁ ବୋହୁ କନକଲତାଙ୍କର ଗୋଟିଏ ବର୍ଷ ପୂର୍ବେ କରୋନା ମହାମାରୀ ସମୟରେ କେଉଁ ଅଜଣା ରୋଗରେ ମୃତ୍ୟୁ ହୋଇଥିବା ବେଳେ ଏବେ ପୁଅକୁ ହରାଇ ବୃଦ୍ଧ ଦମ୍ପତ୍ତିଙ୍କ ଜୀବନ ଦୁର୍ବିସହ ହୋଇପଡିଛି । ଅନ୍ୟପଟେ କୌଣସି ରୋଜଗାର ନ ଥିବା ଏହି ବୃଦ୍ଧ ଦମ୍ପତ୍ତିଙ୍କ ପାଇଁ ଏହି ୩ଟି ସନ୍ତାନ ବୋଝ ଉପରେ ନଳିତା ବିଡା ସଦୃଶ ହୋଇଛନ୍ତି । ଏଭଳି ସ୍ଥିତିରେ ଏହି ୩ ନାତି ନାତୁଣୀଙ୍କ ଭରଣ ପୋଷଣ ଚିନ୍ତାରେ ଶୁକଦେବ ସାହାଯ୍ୟ ସହଯୋଗକୁ ଅନାଇ ବସିଛନ୍ତି । ଅନ୍ୟପକ୍ଷରେ ଏହି ପରିବାରକୁ ତୁରନ୍ତ ସରକାରୀ ସାହାଯ୍ୟ ଓ ସହଯୋଗ ଯୋଗାଇ ଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।

ଅନ୍ୟପକ୍ଷରେ ଭିଡିଓ ଅଟୋବାଲା ଭାବେ ପରିଚିତ ମନୋଜଙ୍କ କରୋନାରେ ମୃତ୍ୟୁ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକ ର ଛାୟା ଖେଳିଯାଇଛି । ତାଙ୍କ ପରେ ଏବେ ତାଙ୍କ ମା’ ଓ ଝିଅ ମଧ୍ୟ ସଂକ୍ରମିତ ଚିହ୍ନଟ ହୋଇ ଚିକିତ୍ସିତ ହେଉଛନ୍ତି  । ଏହି ଘଟଣା ପରେ ଏକ ସ୍ବତନ୍ତ୍ର ଟିମ୍ ମନୋଜଙ୍କ ଘରକୁ ଯାଇ ସବିଶେଷ ତଥ୍ୟ ଜିଲ୍ଲା ପ୍ରଶାସନକୁ ପ୍ରଦାନ କରିଛି । କରୋନା ମହାମାରୀରେ ଅନାଥ ହୋଇଥିବା ପରିବାରଙ୍କ ପ୍ରତି ସରକାରଙ୍କ ସମବେଦନା ସହ ସମସ୍ତ ସାହାଯ୍ୟ ସହଯୋଗ ଯୋଗାଇ ଦିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ଯଥାଶୀଘ୍ର ଏହି ଅନାଥ ହୋଇଥିବା ପରିବାର ପ୍ରତି, ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପଦକ୍ଷେପ ଗ୍ରହଣ କରIଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

ଅନାଥ ହୋଇଥିବା ପରିବାରକୁ ତୁରନ୍ତ ସହାୟତା ଓ ସରକାରୀ ସାହାଯ୍ୟ ଯୋଗାଇ ଦେବା ପାଇଁ ସାଧାରଣରେ ଦାବି ହୋଇଛି । ତେବେ କାରୋନାଠାରୁ ଦୂରେଇ ରହି ନିଜକୁ ସୁରକ୍ଷିତ ରଖିବା ସହ ନିଜ ପରିବାରକୁ ସୁରକ୍ଷିତ ରଖିବା ମଧ୍ୟ ସମସ୍ତଙ୍କ କର୍ତ୍ତବ୍ୟ । ନହେଲେ ଏମିତି ବହୁ ଦୁଃଖର ସମ୍ମୁଖୀନ ହେବାକୁ ପଡିବ ।

   Related Posts