Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଗାଧୋଇବା ହେଲା କାଳ, ତେଲ ନଦୀରେ ବୁଡି ୩ ଶିଶୁଙ୍କ ମୃତ୍ୟୁ

6/08/2020 at 2:50 PM

ଉମରକୋଟ ୬।୮: ତେଲ ନଦୀରେ ବୁଡି ୩ ଶିଶୁଙ୍କ ମୃତ୍ୟୁ । ନବରଙ୍ଗପୁର ଜିଲ୍ଲା ଉମରକୋଟ ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ତୋହରା ପଞ୍ଚାୟତରେ କୋଟଲଡିହି ଗାଁର ୪ ଶିଶୁ ତେଲ ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ୩ଜଣ ଭାସିଯାଇଥିଲେ । ନଦୀ ପାଣିରେ ଭାସିଯିବା ଯୋଗୁଁ ତିନି ଶିଶୁଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଦୁଇ ନାବାଳିକା ଓ ଜଣେ ନାବାଳକ ଅଛନ୍ତି । ମୃତ ଦୁଇ ନାବାଳିକା ହେଲା ରଶ୍ମୀତା ସାନ୍ତା ଓ ଶାନ୍ତି ଶାନ୍ତା । ନାବାଳକ ହେଲେ ଦଶରଥ ଶାନ୍ତା ।

ଗ୍ରାମବାସୀମାନେ ଉଦ୍ଧାର କରିବାକୁ ଚେଷ୍ଟା କରି ମଧ୍ୟ ବିଫଳ ହୋଇଥିଲେ । ଠିକ୍ ସମୟରେ ଉଦ୍ଧାର କରିନପାରିବାରୁ ସେମାନଙ୍କର ମୃତ୍ୟୁ ହୋଇଯାଇଛି । ଗ୍ରାମବାସୀମାନେ ସମସ୍ତଙ୍କ ମୃତଦେହ ଉଦ୍ଧାର କରିଛନ୍ତି । ଶିଶୁଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

   Related Posts