ବୁଲା କୁକୁରଙ୍କ ଦୌରାତ୍ମ୍ୟ : ଆକ୍ରମଣରେ ୩ ଶିଶୁ ଆହତ
22/06/2019 at 2:36 PM

ମହାକାଳପଡା ୨୨|୬: କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ୍ ଜମ୍ବୁ ଗାଁରେ କୁକୁର ଆତଙ୍କ । ବୁଲା କୁକୁର କାମୁଡାର ଶୀକାର ହୋଇଛନ୍ତି ୩ ଜଣ ଶିଶୁଙ୍କ ସମେତ ଦୁଇ ମହିଳା । ସମସ୍ତଙ୍କୁ ଆହତ ଅବସ୍ଥାରେ କେନ୍ଦ୍ରାପଡା ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।
ସୂଚନା ଅନୁସାରେ ଜମ୍ବୁ ଗାଁର କଳ୍ପନା ସରକାରଙ୍କ ଝିଅ ପୂର୍ଣ୍ଣିମାକୁ କୁକୁର ଆକ୍ରମଣ କରିଥିଲା । ଝିଅର ଚିତ୍କାର ଶୁଣି କୁକୁର କବଳରୁ ଉଦ୍ଧାର କରିବାକୁ ଉଦ୍ୟମ କଲାବଳେ ଝିଅକୁ ଛାଡି କଳ୍ପନାଙ୍କୁ ଆକ୍ରମଣ କରିଥିଲା । ବୁଲା କୁକୁର ଆତଙ୍କରେ ଜମ୍ବୁ ଅଂଚଳବାସୀ ଭୟଭୀତ ହୋଇ ପଡିଛନ୍ତି । ସେହିଭଳି ଅଙ୍ଗନଓ୍ବାଡୀ କେନ୍ଦ୍ରକୁ ଯାଉଥିବା ବେଳେ ଆଉ ଦୁଇ ଶିଶୁକୁ କାମୁଡିଦେଇଥିଲା କୁକୁର ।
Related Posts
୮ ଜିଲ୍ଲାରେ ଘନ କୁହୁଡି, ସତର୍କ ରହିବାକୁ ପରାମର୍ଶ ଦେଲେ ଏସଆରସି
24 January 2021