ଧାନଖଳାରେ ଖେଳୁଥିବା ବେଳେ ଲାଗିଗଲା ନିଆଁ, ପୋଡିଯାଇ ୩ଶିଶୁ ଗୁରୁତର
30/11/2019 at 2:25 PM

କଳାହାଣ୍ଡି ୩୦।୧୧: କୋକସରା ବ୍ଲକ ବିଜମରା ଗାଁରେ ଅଘଟଣ ଘଟିଛି । ଧାନ ଖଳାରେ ଖେଳୁଥିବା ବେଳେ ନିଆଁ ରେ ପୋଡି ଗଲେ ତିନି ଶିଶୁ । ସମସ୍ତ ଗୁରୁତର ଶିଶୁଙ୍କୁ କୋକସରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସୂଚନାଯୋଗ୍ୟ ଯେ, କୋକସରା ବ୍ଲକ ବିଜମରା ଗାଁ ତିନି ଜଣ ଶିଶୁ ଆଜି ଧାନ ଖଳା ରେ ଖେଳୁଥିବା ସମୟରେ ନିଆଁ ରେ ପୋଡି ଗୁରୁତର ହୋଇଛନ୍ତି । ସମସ୍ତ ଶିଶୁ ଅବସ୍ଥା ସଙ୍କଟାପନ୍ନ ରହିଛି। ଦେହର ୮୦ ପ୍ରତିଶତ ଅଂଶ ପୋଡି ଯାଇଥିବା ବେଳେ ସେମାନଙ୍କୁ କୋକସରା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା, ପରେ ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡାବରୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ତିନି ଶିଶୁଙ୍କ ବୟସ ଚାରି ରୁ ପାଞ୍ଚ ବର୍ଷ ହୋଇଥିବା ସୂଚନା। ବିଜମରା ଗାଁ ର ହେମରାଜ ଦିଶାରୀ ଙ୍କ ଦୁଇ ଯାଆଁଳା ଝିଅ ରୋଜି ଦିଶାରୀ, ଡେଜି ଦିଶାରୀ ଓ ଅନ୍ୟ ଜଣେ ରଚନା ରାଉତ ବୋଲି ଜଣାପଡିଛି।