ରାଜ୍ୟର ୩ଟି ପୃଥକ୍ ସ୍ଥାନରେ ଅକାଳରେ ଚାଲିଗଲା ୩ ଶିଶୁଙ୍କ ଜୀବନ

Published By : Prameya-News7 Bureau | August 21, 2018 IST

ଅକାଳରେ ଚାଲିଗଲା ୩ ଶିଶୁଙ୍କ ଜୀବନ । ରାଜ୍ୟର ୩ଟି ପୃଥକ୍ ସ୍ଥାନରେ ସଲୀଳ ସମାଧି ନେଇଛନ୍ତି ୩ ଶିଶୁ । 1. ପୁରୀ ବଳିଆପଣ୍ଡା ଅଞ୍ଚଳର ପଦ୍ମଲୋଚନ ପରିଡ଼ାଙ୍କ ୪ ବର୍ଷର ପୁଅ ତୋଫାନ ସନ୍ଧ୍ୟାରେ ଓଡ଼ିଶା ଭବନ ଆଗରେ ଖେଳୁଥିଲା । ତେବେ ସେଠାରେ ଜମିଥିବା ପାଣିରେ ସେ ବୁଡ଼ି ଯାଇଥିଲା । ଘର ଲୋକେ ତାକୁ ତୁରନ୍ତ ଉଦ୍ଧାର କରି ମେଡିକାଲ୍ ନେଇଥିଲେ । କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । 2. ବାଲେଶ୍ବର ଖଇରା ବ୍ଲକ୍ ଜଲଦା ଗାଁରେ ପାଣି ଟବ୍ ରେ ପଡ଼ି ପ୍ରାଣ ହରାଇଛି ୨ ବର୍ଷର ଶିଶୁ କନ୍ୟା । ଅମ୍ବେଶ୍ବର ଶିଳଙ୍କ ଝିଅ ବର୍ଷା ରାଣୀ ଦୁଆରେ ଖେଳୁଥିବା ବେଳେ ହଠାତ୍ ନିଖୋଜ ହୋଇ ଯାଇଥିଲା । ଘର ଲୋକେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ତାକୁ ପାଇ ନଥିଲେ । ପରେ ଘର ପାଖରେ ଥିବା ପାଣି ଟବ୍ ରୁ ତାକୁ ଉଦ୍ଧାର କରିଥିଲେ । ତୁରନ୍ତ ଡାକ୍ତରଖାନା ନେଇଥିଲେ । କିନ୍ତୁ ଡାକ୍ତର ତାକୁ ମୃତ ଘୋଷଣା କରିଛନ୍ତି । 3. ବାଲେଶ୍ବର ଭୋଗରାଇ ବ୍ଲକ୍ ନୟାପଲ୍ଲୀ ଗାଁରେ କେନାଲରେ ନିଖୋଜ ୧୦ ବର୍ଷର ଶିଶୁପୁତ୍ରର ମୃତଦେହ ଉଦ୍ଧାର କରାଯାଇଛି । ଗତ ୧୯ ତାରିଖରେ ମଧ୍ୟାହ୍ନ ୧୨ଟାରେ ନୟାପଲ୍ଲୀ ଗାଁର ଦଶରଥ ଦାସଙ୍କ ପୁଅ ଅଜିତ ଗୁଆଶୂଳ କେନାଲରେ ଗାଧୋଉଥିବା ବେଳେ, ଭାସିଯାଇ ନିଖୋଜ ଥିଲା । ସେବେଠାରୁ ଖୋଜାଖୋଜି ଚାଲିଥିଲା । କିନ୍ତୁ ଆଜି ୫ କିଲୋମିଟର ଦୂରରୁ ତାର ମୃତଦେହ ଉଦ୍ଧାର କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.