ଜୟଦେବ ବାଟିକା ନିକଟରୁ କାର୍ ଲୁଟ୍ ଘଟଣା : ୩ ଅଭିଯୁକ୍ତ ଗିରଫ

Published By : Prameya-News7 Bureau | June 27, 2019 IST

ଭୁବନେଶ୍ବର ୨୭|୬: ଖଣ୍ଡଗିରି ଥାନା ଜୟଦେବ ବାଟିକା ନିକଟରୁ କାର୍ ଲୁଟ୍ ଘଟଣାରେ ୩ ଅଭିଯୁକ୍ତଙ୍କୁ ଗିରଫ କଲା ଖଣ୍ଡଗିରି ଥାନା ପୋଲିସ ଓ ସ୍ପେଶାଲ ସ୍କ୍ବାଡ୍ । ଗିରଫ ୩ ଲୁଟେରା ହେଲେ କୃଷ୍ଣଚନ୍ଦ୍ର ଦାସ, ରକି ଓ ଭିକି । ସେମାନଙ୍କ ନିକଟରୁ ୩ଟି କାର୍ ଜବତ ହୋଇଛି ।

ଅନ୍ୟ ୨ଟି କାର୍ ଖୋର୍ଦ୍ଧାର ପିତାପଲ୍ଲୀ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରୁ ଚୋରି କରିଥିବା ସୂଚନା ମିଳିଛି । ଏହାସହ ବିପୁଳ ପରିମାଣର ସୁନା ଗହଣା ଓ ମୋବାଇଲ ଜବତ ହୋଇଛି । ଲୁଟେରାମାନେ ହାଇୱେ ଲୁଟରେ ମଧ୍ୟ ସମ୍ପୃକ୍ତ ଥିବା ଡିସିପି ଅନୁପ ସାହୁ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.