ରାଜ୍ୟସଭାର ୩ଟି ଆସନ ପାଇଁ ଆଜି ହେବ ପ୍ରାର୍ଥୀପତ୍ର ଦାଖଲ, ନାମାଙ୍କନ ଭରିବେ ୩ ପ୍ରାର୍ଥୀ

Published By : Prameya-News7 Bureau | June 24, 2019 IST

ଭୁବନେଶ୍ବର ୨୪|୬: ରାଜ୍ୟସଭାର ୩ଟି ଆସନ ପାଇଁ ଆଜି ପ୍ରାର୍ଥୀପତ୍ର ଦାଖଲ ହେବ । ବିଜେଡି ସମର୍ଥିତ ବିଜେପି ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବ ପ୍ରାର୍ଥୀପତ୍ର ଦାଖଲ କରିବେ ।  ବିଜେଡିର ଅମର ପଟ୍ଟନାୟକ ଓ ସସ୍ମିତ ପାତ୍ର ମଧ୍ୟ ନାମାଙ୍କନ ଭରିବେ ।  ଦିନ ୧୨ଟାରୁ ୨ଟା ଭିତରେ ବିଜେଡିର ଦୁଇ ପ୍ରାର୍ଥୀ ନାମାଙ୍କନ ଭରିବେ ବୋଲି ଜଣାପଡ଼ିଛି ।

ଏଥିପାଇଁ ଦୁଇ ଜଣ ଯାକ ଦିନ ୧୦ଟା ୩୦ ସୁଦ୍ଧା ବିଧାନସଭା ବିଧି ପ୍ରକୋଷ୍ଠରେ ପହଂଚି ଆବଶ୍ୟକ କାଗଜପତ୍ର ପ୍ରସ୍ତୁତ କରି ରାଜ୍ୟସଭା ପ୍ରାର୍ଥୀତ୍ବ ବାବଦରେ ୧୦ ହଜାର ଟଙ୍କା ଲେଖାଏଁ ଦାଖଲ କରିବେ । ପରେ ପରେ ଦଳ ତରଫରୁ ନିର୍ଦ୍ଧାରିତ ହୋଇଥିବା ସମୟରେ ବିଧାନସଭା ପରିସରରେ ଥିବା ଅଭ୍ୟର୍ଥନା କକ୍ଷରେ ରିଟର୍ଣ୍ଣି ଅଫିସରଙ୍କ ପାଖରେ ଉଭୟ ଅମର ଓ ସସ୍ମିତ ପ୍ରାର୍ଥୀପତ୍ର ଦାଖଲ କରିବେ । ସେହିପରି ଅଶ୍ୱିନୀ ବୈଷ୍ଣବ ମଧ୍ୟ ଆଜି ନାମାଙ୍କନ ଭରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.