ଭବାନୀପାଟଣା ବିଧାନସଭା : କଂଗ୍ରେସ ପ୍ରାର୍ଥୀ ବାପାଙ୍କୁ କରିଛନ୍ତି ଭରସା, ବିଜେପି-ବିଜେଡି ପ୍ରାର୍ଥୀଙ୍କ ପୁଞ୍ଜି ଦଳ ମୁଖିଆଙ୍କ ଭାବମୂର୍ତ୍ତି

Published By : Prameya-News7 Bureau | March 27, 2019 IST

କଳାହାଣ୍ଡି ୨୭|୩ (ମହମ୍ମଦ ଅସଲମ): କଳାହାଣ୍ଡି ଲୋକସଭା ଓ ଏହା ଅନ୍ତର୍ଗତ ସବୁ ବିଧାନସଭା ନିର୍ବାଚନମଣ୍ଡଳୀରେ ଆସନ୍ତା ଏପ୍ରିଲ ୧୧ ତାରିଖରେ ଭୋଟ୍ ହେବ । କହିବାକୁ ଗଲେ ଆଉ ମାତ୍ର ୧୫ ଦିନ ରହିଛି ପ୍ରାର୍ଥୀଙ୍କ ପାଖରେ ପ୍ରଚାର ପାଇଁ ।କଳାହାଣ୍ଡି ଲୋକସଭା ଅନ୍ତର୍ଗତ ଭବାନୀପାଟଣା ବିଧାନସଭାର ରାଜନୈତିକ ଇତିହାସ ଦେଖିଲେ ଏଠାରେ ଭୋଟର କେବେ ବି କୌଣସି ଗୋଟିଏ ଦଳ ପ୍ରତି ଲୟାଲ ନୁହଁନ୍ତି ।

{"id":97399}

କଳାହାଣ୍ଡିର ଭବାନୀପାଟଣା ବିଧାନସଭା ନିର୍ବାଚନମଣ୍ଡଳୀରେ ହେବ ତ୍ରିମୁଖୀ ଲଢ଼େଇ । ଏଠି ବିଜେଡିରୁ ଦୁଷ୍ମନ୍ତ ନାୟକ ଲଢ଼ୁଥିବା ବେଳେ ବିଜେପିରୁ ଛିଡ଼ା ହୋଇଛନ୍ତି ପ୍ରଦୀପ୍ତ ନାୟକ । ଏମାନଙ୍କୁ ଟକ୍କର ଦେବାକୁ କଂଗ୍ରେସ ପ୍ରାର୍ଥୀ ହୋଇଛନ୍ତି ସାଗର ଦାସ । ସତ କହିବାକୁ ଗଲେ ଏଠି ପ୍ରାର୍ଥୀଙ୍କର ନିଜସ୍ବ ଦବଦବା ବୋଲି କିଛି ନାହିଁ । ପାର୍ଟି ଓ ଦଳର ବରିଷ୍ଠ ନେତାଙ୍କୁ ଭରସା କରି ନିର୍ବାଚନ ବୈତରଣୀ ପାର ହେବାକୁ ଚାହିଁଛନ୍ତି ସମସ୍ତେ ।

{"id":97400}

ଭବାନୀପାଟଣା ଆସନଟି ଅନୁସୂଚିତ ଜାତିଙ୍କ ପାଇଁ ସଂରକ୍ଷିତ । ୨୦୧୪ରେ ଏଠାରୁ ବିଜେଡି ଟିକେଟ୍‌ରେ ଜିତିଥିଲେ ଅନାମ ନାୟକ । ତେବେ ତାଙ୍କର ଏଥର ଟିକେଟ୍ କଟିଛି । ୨୦୦୯ରେ ଏଠାରୁ କଂଗ୍ରେସ ପ୍ରାର୍ଥୀ ଭାବେ ଜିତିଥିବା ଦୁଷ୍ମନ୍ତ ନାୟକ ଏଥର ବିଜେଡି ପ୍ରାର୍ଥୀ ହୋଇଛନ୍ତି । ସେହିପରି ବିଜେପିରୁ ଏଠାରୁ ପ୍ରାର୍ଥୀ ହୋଇଛନ୍ତି ପ୍ରଦୀପ୍ତ ନାୟକ । କଂଗ୍ରେସ କ୍ୟାଣ୍ଡିଡେଟ୍ ଭାବେ ମଇଦାନକୁ ଓହ୍ଲାଇଛନ୍ତି  ସାଗର ଚରଣ  ଦାସ  ।

{"id":97405}

ଏଠାରେ ବିଜେଡି-ବିଜେପି-କଂଗ୍ରେସ ମଧ୍ୟରେ ତ୍ରିମୁଖୀ ଲଢ଼େଇ ହେବ । ସମସ୍ତେ ନିଜ ନିଜ ବିଜୟ ନେଇ ଢେର ଆଶାବୀଦୀ । ତେବେ ୩ ପ୍ରାର୍ଥୀଙ୍କର ସାମର୍ଥ୍ୟ ବୋଲି କିଛି ନାହିଁ । ଦୁଷ୍ମନ୍ତ ନବୀନଙ୍କ ଭାବ ମୂର୍ତ୍ତିକୁ ଭରସା କରିଛନ୍ତି । ସେପଟେ ପ୍ରଦୀପ୍ତ, ପ୍ରଧାନମନ୍ତ୍ରୀ ମୋଦିଙ୍କ ହାୱାରେ ଜିତିବେ ବୋଲି ଦମ୍ଭ ଦେଖାଉଛନ୍ତି । ଆଉ  ସାଗର ହେଉଛନ୍ତି କଂଗ୍ରେସର ହେଭିୱେଟ୍ ଭକ୍ତ ଦାସଙ୍କ ପୁଅ । ତେଣୁ ନିର୍ବାଚନ ବୈତରଣୀ ପାର ହେବାକୁ ସେ ବାପାଙ୍କୁ ଭରସା କରିଛନ୍ତି  ।

{"id":97403}

ଦୁଷ୍ମନ୍ତ କଂଗ୍ରେସ କ୍ୟାମ୍ପ ଛାଡ଼ି ବିଜେଡିରେ । ବିଜେଡି କର୍ମୀ ଏବଂ ଏଠାରୁ ଆଶାୟୀ ପ୍ରାର୍ଥୀ ଥିବା ଅନ୍ୟମାନେ ତାଙ୍କୁ କେତେ ଗ୍ରହଣ କରିବେ ? କଳାହାଣ୍ଡି ଲୋକସଭା ଆସନରୁ ଲଢ଼ିବାକୁ ଚାହିଁ ବସିଥିଲେ ପ୍ରଦୀପ୍ତ । ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କୁ ଖୋଲାଖୋଲି ସମାଲୋଚନା କରନ୍ତି । ଏବେ ବସନ୍ତଙ୍କ ଗୋଷ୍ଠୀ ପ୍ରଦୀପ୍ତଙ୍କୁ ସହଯୋଗ କରିବେ ତ ? ବିଦ୍ରୋହ ସତ୍ବେ କଂଗ୍ରେସରୁ ପୁଅ ପାଇଁ ଟିକେଟ୍ ନେଇଛନ୍ତି ଭକ୍ତ । କଂଗ୍ରେସର ଅନ୍ୟ ଆଶାୟୀ ଏବଂ କର୍ମୀ ଏହାକୁ ମାନିନେବେ ତ ? ଏତେ ବିଦ୍ରୋହ । ପୁଣି ଏ ପ୍ରାର୍ଥୀମାନଙ୍କର ନିଜସ୍ବ ସାମର୍ଥ୍ୟ ବୋଲି କିଛି ନାହିଁ ।

{"id":97406}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.