Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ବ୍ରହ୍ମପୁର ଲୋକସଭା ଆସନ ହାତେଇବ କିଏ ? ଚନ୍ଦ୍ରଶେଖର, ଭି.ଚନ୍ଦ୍ରଶେଖର ଓ ଭୃଗୁଙ୍କ ମଧ୍ୟରେ ଲଢେଇ

22/03/2019 at 12:50 PM

ବ୍ରହ୍ମପୁର ୨୨|୩ : ବ୍ରହ୍ମପୁର ଲୋକସଭା ଆସନ ପାଇଁ ବିଜେପି, ବିଜେଡ଼ି, କଂଗ୍ରେସ ପ୍ରାର୍ଥୀ ଘୋଷଣା କରିସାରିଛନ୍ତି । ବିଜେଡିରୁ ଚନ୍ଦ୍ରଶେଖର ସାହୁ, ବିଜେପିରୁ ଭୃଗୁ ବକ୍ସିପାତ୍ର ଓ କଂଗ୍ରେସରୁ ଭି. ଚନ୍ଦ୍ରଶେଖର ନାଇଡୁଙ୍କୁ ମିଳିଛି ଲୋକସଭା ଟିକେଟ। ଚଳିତ ନିର୍ବାଚନରେ କିଏ ହାତେଇବ ବ୍ରହ୍ମପୁର ଆସନ ସେ ନେଇ ଚାଲିଛି ଛକାପଞ୍ଝା ।

ଚଳିତ ଥର ଦୁଇ ଥରର ସାଂସଦ ସିଦ୍ଧାନ୍ତ ମହାପାତ୍ରଙ୍କ ଟିକେଟ କାଟି ଚନ୍ଦ୍ରଶେଖର ସାହୁଙ୍କୁ ଟିକେଟ ଦେଇଛନ୍ତି ବିଜେଡି ସୁପ୍ରିମୋ ।  ବ୍ରହ୍ମପୁର ଆସନରୁ ଦଳ ଚନ୍ଦ୍ରଶେଖର ସାହୁଙ୍କୁ ସାଂସଦ ପ୍ରାର୍ଥୀ କରିଛି ଦଳ  । ପୂର୍ବରୁ ଚନ୍ଦ୍ରଶେଖର କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେଇଥିଲେ । ଟିକେଟ ମିଳିବା ପରେ ବ୍ରହ୍ମପୁର ଲୋକସଭା ଆସନରୁ ବିଜୁ ଜନତା ଦଳ ପ୍ରାର୍ଥୀ ଚନ୍ଦ୍ରଶେଖର ସାହୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ବ୍ରହ୍ମପୁର ରାଜନୀତିରେ ଚନ୍ଦ୍ରଶେଖର ସାହୁଙ୍କ ଦବଦବା ରହିଛି । ଚଳିତ ଥର ଚନ୍ଦ୍ରଶେଖର ବ୍ରହ୍ମପୁରୁରେ ଭଲ ପ୍ରଦର୍ଶନ କରିବ ଆଶା କରି ଟିକେଟ ଦେଇଛି ଦଳ ।

ଅନ୍ୟପଟେ ଚଳିତ ସାଧାରଣ ନିର୍ବାଚନରେ ବ୍ରହ୍ମପୁର ଲୋକସଭା କ୍ଷେତ୍ରରୁ କଂଗ୍ରେସ ଦେଇଛି ନୂଆ ମୁହଁ । ଆନ୍ଧ୍ରପ୍ରଦେଶର ପ୍ରଖ୍ୟାତ ତଥା ଚର୍ଚ୍ଚିତ ଶିଳ୍ପପତି ଭି.ଚନ୍ଦ୍ରଶେଖର ନାଇଡ଼ୁଙ୍କୁ କଂଗ୍ରେସ ଲୋକସଭା ପ୍ରାର୍ଥୀ କରିଛି । ଭି.ଚନ୍ଦ୍ରଶେଖର କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ବେଶ୍ ଘନିଷ୍ଠ । ବ୍ରହ୍ମପୁର ଅଞ୍ଚଳରେ ସେ ଆଦୌ ପରିଚିତ ନ ଥିବା ଓ ରାଜନୀତିରେ ନୂଆ ମୁହଁ । ତେବେ ଚନ୍ଦ୍ରଶେଖରଙ୍କୁ ନେଇ ଭୋଟରଙ୍କ ମନରେ ଅନେକ ଆଶଙ୍କା ।

ଗତକାଲି ବ୍ରହ୍ମପୁର ଆସନ ପାଇଁ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ରଙ୍କ ଉପରେ ଭରସା କରିଛି ଦଳ । ଗେରୁଆ କ୍ୟାମ୍ପରୁ ଚଳିତ ଥର ଭି.ଚନ୍ଦ୍ରଶେଖର ନାଇଡ଼ୁ ଓ ଚନ୍ଦ୍ରଶେଖର ସାହୁଙ୍କ ସହ ଲଢେଇ କରିବେ ଭୃଗୁ ବକ୍ସିପାତ୍ର । ଅର୍ଥାତ୍ ଆଗାମୀ ନିର୍ବାଚନ ରୋଚକ ରାଜନୀତି ଦେଖିବାକୁ ମିଳିବ।

   Related Posts