Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିନ୍ତା ଘାରୁଛି କରୋନା ମୃତ୍ୟୁ, ସେପଟେ ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୯୧୩ ସଂକ୍ରମିତ
  • ||
  • ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ସହାୟତା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍: ଲେଖିଲେ, ଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ୬୦ ହଜାର ୮୩୬ କୋଟି ଟଙ୍କା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ରାଜ୍ୟର ୬ ବିଶ୍ବବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତି: ଜାଣନ୍ତୁ କିଏ, କେଉଁଠି
  • ||
  • ବରଗଡ଼: ‘ନୋ କ୍ଲାସ୍ ନୋ ଫି’ ଦାବିରେ ଜିଲ୍ଲାପାଳଙ୍କୁ ଘେରିଲେ କଲେଜ ଛାତ୍ରଛାତ୍ରୀ
  • ||
  • ନାବାଳିକାକୁ ଦୁଷ୍କର୍ମ ପରେ ବିଷ ଦେଇ ହତ୍ୟା କରିଥିଲା ସଂପର୍କୀୟ କକା: ଏମିତି ଅଭିଯୋଗ ନେଇ ଜିଲ୍ଲାପାଳଙ୍କୁ ଘେରିଲେ ମହିଳା
  • ||
  • ମାଲକାନଗିରି :ପଡିଆ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ମେଡିକାଲ ଅଫିସରଙ୍କୁ ଗିରଫ କଲା ଭିଜିଲାନ୍ସ
  • ||
  • ମାଲକାନଗିରି : ଜମିବାଡି ବିବାଦରୁ ହତ୍ୟାକାଣ୍ଡ ! ହତ୍ୟା କରି ଫିଙ୍ଗିଦେଲେ ଘର ଆଗରେ
  • ||
  • ଝାରସୁଗୁଡା : ଟେଣ୍ଟ ହାଉସ୍ ଗୋଦାମରେ ଅଗ୍ନିକାଣ୍ଡ, ୫୦ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ପୋଡି ଭସ୍ମୀଭୂତ
  • ||
  • ଭୁବନେଶ୍ବର : ଓଟିଭିରୁ ଇସ୍ତଫା ଦେଲେ ନିହାର ରଞ୍ଜନ ଭୂୟାଁ
  • ||
  • କଟକ : ଘରୋଇ ସ୍କୁଲ ଫି’ କମାଇବା ମାମଲା : ଫି’ କେତେ କମିବ ସତ୍ୟପାଠ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
  • ||

କାଶ୍ମୀରରେ ଆତଙ୍କବାଦୀଙ୍କ ବଡ ଆକ୍ରମଣ, ତିନି ବିଜେପି ନେତାଙ୍କୁ ଗୁଳି କରି ହତ୍ୟା

29/10/2020 at 10:24 PM

ଶ୍ରୀନଗର ୨୯।୧୦: ଜାମ୍ମୁ-କାଶ୍ମୀରରେ ଆତଙ୍କବାଦୀଙ୍କ ଟାର୍ଗେଟ୍‌ରେ ଭାରତୀୟ ଜନତା ପାର୍ଟିର ନେତା ତଥା କର୍ମକର୍ତ୍ତା। ଗୁରୁବାର କୁଲଗାମରେ ଆତଙ୍କବାଦୀ ତିନି ବିଜେପି ନେତାଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ବିଜେପି ନେତା ନିଜ ଦୁଇ ସାଥୀଙ୍କ ସହ ଘର ଅଭିମୁଖେ ଯାଉଥିବା ବେଳେ ପୂର୍ବରୁ ଛପି ରହିଥିବା ଆତଙ୍କବାଦୀ ଅତର୍କିତ ଆକ୍ରମଣ କରିଛନ୍ତି। ଗୁଳି ବାଜିବାରୁ ତିନି ବିଜେପି ନେତାଙ୍କ ମୃତ୍ୟୁ ଘଟିଛି। ଆକ୍ରମଣ ପରେ ପୂରା ଅଞ୍ଚଳରେ ଆତଙ୍କ ଖେଳି ଯାଇଛି। ପୁଲିସ ଓ ସେନା ପୂରା ଇଲାକାକୁ ଘେରି ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି। ଏହି ଆକ୍ରମଣ ପରେ ପୁଣି ଥରେ  କାଶ୍ମୀରରେ ବିଜେପି ନେତାଙ୍କ ମଧ୍ୟରେ ଭୟର ମାହୋଲ ଖେଳି ଯାଇଛି।

ସୂଚନା ଅନୁଯାୟୀ ବିଜେପି ଯୁବ ମୋର୍ଚ୍ଚାର ସଂପାଦକ ଫିଦା ହୁସେନ ନିଜର ଦୁଇ ସାଥୀଙ୍କ ସହ ଘର ଅଭିମୁଖେ ଯାଉଥିଲେ। ସେହି ସମୟରେ ରାସ୍ତାରେ ଘାତ ଲଗାଇ ବସିଥିବା ଆତଙ୍କବାଦୀ ଅଚାନକ ତିନି ଜଣଙ୍କ ଉପରେ ଆଖିବୁଜା ଗୁଳିମାଡ କରିଥିଲେ। ଆକ୍ରମଣ ପରେ ଆତଙ୍କବାଦୀ ଫେରାର ମାରିଛନ୍ତି। ଘଟଣାସ୍ଥଳରେ ପହଞ୍ଚି ପୁଲିସ ବିଜେପି ନେତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଫିଦା ହୁସେନଙ୍କ ମୃତ୍ୟୁ ଘଟିଛି। ଦୁଇ ଅନ୍ୟ ମୃତକ ହେଲେ ଉମର ରଶିଦ ବେଗ ଓ ଉମେର ହନାନ । ଉମର ରଶିଦ କୁଲଗାମ ଜିଲ୍ଲାରେ ବିଜେପି ଯୁବା ମୋର୍ଚ୍ଚାର ଜିଲ୍ଲା କାର୍ଯ୍ୟକାରିଣୀର ସଦସ୍ୟ ଥିବା ବେଳେ ଉମେର ହନାନ ମଧ୍ୟ ବିଜେପି ଯୁବ ମୋର୍ଚ୍ଚାର ଜିଲ୍ଲା ସଂପାଦକ ଥିଲେ।

କୁଲଗାମ ପୁଲିସକୁ ଗୁରୁବାର ରାତି ୮ଟାରେ ବିଜେପିର ୩ ନେତାଙ୍କ ଉପରେ ଆତଙ୍କବାଦୀ ଆକ୍ରମଣର ସୂଚନା ମିଳିଥିଲା। ଏହା ପରେ ବରିଷ୍ଠ ପୁଲିସ ଅଧିକାରୀ ଓ ଯବାନ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୁଲିସ ସେନା ସହିତ ମିଶି ଅଞ୍ଚଳରେ ଗୋଟିଏ ଗୋଟିଏ ଘରର ତଲାସି ନେଉଛନ୍ତି। କୁହାଯାଉଛି ଆତଙ୍କବାଦୀ ଗୋଟିଏ ଗାଡିରେ ବସି ଆସିଥିଲେ। ଆକ୍ରମଣ କରିବା ପରେ ଆତଙ୍କବାଦୀ ଘଟଣାସ୍ଥଳରୁ ଫେରାର ହୋଇ ଯାଇଛନ୍ତି।

ଉଲ୍ଲେଖଯୋଗ୍ୟ ଏହା ପୂର୍ବରୁ ମଧ୍ୟ ଘାଟିରେ ଅନେକ ବିଜେପି ନେତାଙ୍କୁ ଆତଙ୍କବାଦୀ ହତ୍ୟା କରି ସାରିଛନ୍ତି। ଏଥିରେ ଭୟଭୀତ ହୋଇ ଅନେକ ବିଜେପି ପଦାଧିକାରୀ ନିଜ ପଦରୁ ଇସ୍ତଫା ଦେଇ ସାରିଛନ୍ତି।

   Related Posts